Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଯନ ଶିଳ୍ପମନ୍ତ୍ରୀ ରିତା ସାହୁଙ୍କୁ ସହିଦବୀର ପିତାମ୍ବର ସିଂଙ୍କ ସ୍ଥାପନା

ବରପାଲି:ବରପାଲି ଆଦିବାସୀ ସଂଘ ପକ୍ଷରୁ ସ୍ବାଧିନତା ସଂଗ୍ରାମୀ ପାଟକୁଲୁଣ୍ଡା ଜମିଦାର ସହୀଦ ବୀର ପିତାମ୍ବର ସିଂହ ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ହସ୍ତତନ୍ତ ମନ୍ତ୍ରୀ ରିତା ସାହୁଙ୍କୁ ଦାବୀ ଜଣାଇଛି। ମାଁମାଟି ଓ ଦେଶମୁକ୍ତି ପାଇଁ ତ୍ଯାଗବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଟ ସହଯୋଗୀ ଭାବେ ବିଭିନ୍ନ ସଂଗ୍ରାମରେ ସାମିଲ ରହିଥିବା ସହୀଦ ବୀର ପିତାମ୍ବର ସିଂହ ଇଂରେଜ ସଶସ୍ତ୍ର ବାହାନୀ ସହ ଲଢେଇ କରି ନିଜର ତ୍ଯାଗ ଆତ୍ମଭରା ବିରତ୍ବ କାହାଣି ଆଜି ସମସ୍ତଙ୍କ ପାଇଁ କାହାଣି ହୋଇଯାଇଛି। ହେଲେ ବରପାଲି ଅଞ୍ଚଳ ତଥା ବରଗଡ ଜିଲ୍ଲା ପାଇଁ ସଦାସର୍ବଦା ଗର୍ବ ଓ ଗୌରବର ପ୍ରତିକ ରୂପେ ସ୍ବତନ୍ର୍ତତା ବଜାୟ ରହିଆସିଛି। ବରପାଲି ସହରର ମୂଖ୍ଯଛକରେ ପ୍ରତିମୂର୍ତ୍ତି ସ୍ଥାପନ ଉଦେଶ୍ଯ ନେଇ ଉକ୍ତ ଛକକୁ ସହୀଦ ନାମରେ ନାମିତ ପାଇଁ ସଂଘ ତରଫରୁ ଦାବୀପତ୍ର ଦିଇଯାଇଥିଲା। ସେହିପରି ସଂଘ ପକ୍ଷରୁ ପ୍ରସ୍ତାବିତ ଜମିରେ ଏକ ଆଦିବାସୀ କଲ୍ଯାଣ ମଣ୍ଡପ ନିର୍ମାଣ ନିମନ୍ତେ ସହଯୋଗ ଯୋଗାଇ ଦେବା ଲକ୍ଷର ମନ୍ତ୍ରୀ ରିତା ସାହୁଙ୍କ ଦୃଷ୍ଟି ଆକର୍ଷଣ ମାଧ୍ଯମରେ ସଂଘ କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ। ଦାବୀର ଗୁରୁତ୍ବ ଓ ଯଥାର୍ତତାକୁ ବୁଝି ମନ୍ର୍ତୀ ମହୋଦୟା ଆଗାମି ଦିନରେ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରାଯିବ ନିର୍ଭର ପ୍ରତିଶୃତି ଦେଇଥିଲେ।