Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡଙ୍ଗା ଓଲଟି ମୃତ୍ୟୁ ବରଣ କରିଥିବା ଆହାତ ମତ୍ସ୍ୟଜୀବୀ ଙ୍କ ପରିବାର କୁ ଭେଟିଲେ ବ୍ରହ୍ମପୁର ବିଧାୟକ।

ଗୋପାଳପୁର,୦୩/୦୧ ଗତ ୩୦ ଡିସେମ୍ବର ରେ ଗୋପାଳପୁର ର ତିନି ମତ୍ସ୍ୟଜୀବୀ ସମୁଦ୍ର କୂ ମାଛ ଧରିବା ପାଇଁ ଡଙ୍ଗା ରେ ଯାଉଥିବା ସମୟରେ ଉଚ୍ଚ ଲହରି ମାଡରେ ଡଙ୍ଗା ଦୁର୍ଘଟଣା ଗ୍ରସ୍ତ ହେବା ସହ ଜଣେ ମତ୍ସ୍ୟଜୀବି ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଆହାତ ହୋଇଥିଲେ।ଏହି ଘଟଣା ନେଇ ଆଜି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଗୋପାଳପୁରରେ ପହଞ୍ଚି ମୃତକ ବି ବୈରାଗୀ ଙ୍କ ପରିବାର ସଦସ୍ୟଙ୍କ ସହ ମିଶି ଆର୍ଥିକ ସହାୟତା ପ୍ରଦାନ ସହ ସମବେଦନା ଜଣାଇଥିଲେ।ଏହା ସହ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ ନିମନ୍ତେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ।ଏହା ସହ ଆହାତ ହୋଇଥିବା ଦୁଇ ମତ୍ସ୍ୟଜୀବୀ ଏମ ବାଲରାଜୁ,ଏମ ସିମୁଡୁ ଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।ଆହାତ ମତ୍ସ୍ୟଜୀବୀ ଙ୍କୁ ସମସ୍ତ ପ୍ରକାର ମାଗଣା ଚିକିତ୍ସା କରାଇବା ପାଇଁ ମେଡିକାଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ, ପାରଳାଖେମୁଣ୍ଡି ବିଜେଡ଼ି ପର୍ଯ୍ୟବେକ୍ଷକ ଶଶିଭୂଷଣ ମହାନ୍ତି, ବ୍ଲକ ଉପାଧକ୍ଷା ଅନିତା ମହାଙ୍କୁଡ, ବ୍ଲକ ଯୁବ ବିଜେଡି ସଭାପତି ବୁଲୁ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ