Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାକ୍ଟର ଧକ୍କାରେ ଡ୍ରାଇଭର ମୃତୁ

ବେଲଗୁଣ୍ଠା, ୦4/୦1: ଟ୍ରାକ୍ଟରରେ ବେଟେରୀ ସଂଯୋଗ ବେଳେ ଟ୍ରାକ୍ଟର ଚଢିଯିବାରୁ ଡ୍ରାଇଭରର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ପ୍ରକାରେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ନିକଟସ୍ଥ ଗୁଣ୍ଠପଲ୍ଲବା ଗ୍ରାମର ଗୌର ଚନ୍ଦ୍ର ଗୌଡ଼(୫୫), ବୁଧବାର ଅପରାହ୍ନ ୩ ଘଣ୍ଟା .୪୦ ମିନଟ ସମୟରେ ଗ୍ରାମ ରାସ୍ତାରେ ଟ୍ରାକ୍ଟର ଯାହାର ନମ୍ବର (ଓଡ଼ି ୩୨ଏ ୮୭୫୫) ନେଇ ଆସୁଥିବା ବେଳେ ଗାଡିର ଷ୍ଟାର୍ଟ ବନ୍ଦ ହେଇଯାଇଥିଲା। ଫଳରେ ସେ ଗାଡିର ବ୍ୟାଟେରୀ ବାହାର କରି ପୁଣି ସଂଯୋଗ କରିବା ପରେ ଗାଡିଟି ଷ୍ଟାର୍ଟ ହୋଇଯାଇ ଆଗକୁ ଗଡି ଯାଇଥିଲା ଏବଂ ଗୌରହରୀଙ୍କ ଛାତି ଉପରେ ମାଡି ଯାଇଥିଲା ଗାଡିଟି ଆଗରେ ଥିବା ଏକ ବିଦୁତ ଖୁଣ୍ଟକୁ ଧକ୍କା ଦେଇ ପୁଣି ପଛକୁ ଆସି ପୁଣି ଗୌରହରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ଗୌରହରୀଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ମେଡ଼ିକାଲରେ ଭର୍ତି କରିଥିଲେ, ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିର୍ସାଧୀନ ଅବସ୍ଥାରେ ଗୌରହରୀ ଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଗାଙ୍ଗପୁର ପୋଲିସ ଭଞ୍ଜନଗର ମେଡିକାଲ ରେ ପହଂଚି ଶବକୁ ଜବତ କରି ୩/୨୪ ରେ ଏକା ମାମଲା ୠଜୁକରି ଏସ. ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ କରୁଛନ୍ତି।ଶବ ଗ୍ରାମରେ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସହିତ ଶେଷକୃତ ସମ୍ପନ୍ନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories