Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଚେସ (ପୁରୁଷ)ଦଳ ମେଘାଳୟ ଗସ୍ତ

ଗୋପାଳପୁର ୪/୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଚେସ (ପୁରୁଷ)ଦଳ ଆଜି ମେଘାଳୟ ଗସ୍ତ କରିଛନ୍ତି l ମେଘାଳୟ ସ୍ଥିତ ୟୁନିଭରସିଟି ଅଫ ସାଇନ୍ସ ଏଣ୍ଡ ଟେକନୋଲୋଜି ଠାରେ ହେବାକୁ ଥିବା ପୂର୍ବାଂଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା ଚଳିତ ମାସ ୮ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଚେସ (ପୁରୁଷ)ଦଳରେ ଅଂଶ ଗ୍ରହଣ କରିବେ l ଦଳରେ ଏମ କେ ସି ଜି ମେଡିକାଲ କଲେଜ ବ୍ରହ୍ମପୁର ଆରିୟନ ଅlନିଶ କୁମାର, ଦିବ୍ୟଜ୍ୟୋତି ମହାନ୍ତି, ବ୍ରହ୍ମପୁର ସିଟି କଲେଜର ଶୁଭମ ପ୍ରଧାନ, ଚିକିଟି ମହାବିଦ୍ୟାଳୟ ଓମ ପ୍ରକାଶ ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ବିଭାଗର ଜିତେନ୍ଦ୍ର ପ୍ରସାଦ ମହାପାତ୍ର ରହିଥିବା ବେଳେ ମେନେଜର ଓ କୋଚ ଭାବେ ପାରଳାଖେମୁଣ୍ଡି ଏସ କେ ସି ଜି କଲେଜ ପି ଇ ଟି ନିରଞ୍ଜନ ବେହେରା ଦଳରେ ଗସ୍ତ କରିଛନ୍ତି l

More Stories