କୋଷ୍ଟ ଗାର୍ଡ ଦ୍ବାରା ଟ୍ରଲର ଜବତ ।


ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଦେବୀ ମୁହାଁଣ ର ଅନତି ଦୂରରେ ସମୁଦ୍ର ଜଳ ରାଶିରେ ଗୁରୁବାରଦିନ ମାଛ ମାରୁଥିବା ଏକ ଟ୍ରକର କୁ କୋଷ୍ଟ ଗାର୍ଡ ଜବତ କରିଛି। କଟକ ନମ୍ୱର୍ ଥିବା ଏହାର
ନାମ ମା ଜଗେଶ୍ୱରି ରହିଥିବା ବେଳେ,ଏହାର ନମ୍ୱର୍ OR05MM/339 ଅଟେ । କୋଷ୍ଟ ଗାର୍ଡ ସମୁଦ୍ର ଜଳ ରାଶିରେ ପଇଁତରା ମାରୁଥିବା ବେଳେ ଦେବୀ ମାଉଥ ର ଅନତି ଦୂରରେ ଏହି ଟ୍ରଲର ଟି ମାଛ ମାରୁଥିବା ବେଳେ ଜବତ କରି ଅସ୍ତରଙ୍ଗ ବନ ବିଭାଗ କୁ ବାର୍ତା ପ୍ରେରଣ କରି ଥିଲା । ଖବର ପାଇଲା ପରେ ଦେବୀ ମାଉଥ ଫରେଷ୍ଟର ବିରଜା ମହାପାତ୍ର,ଙ୍କ ନେତୃତ୍ବରେ ଏ ପି ଆର ଫୋର୍ସ,କଚ୍ଛପ ସୁରକ୍ଷା ସ୍କ୍ୱାର୍ଡ,ବନବିଭାଗ କର୍ମ ଚାରି ଯୋଗେନ୍ଦ୍ର ପ୍ରଧାନ ଓ ଶଶିକାନ୍ତ ସେଠୀ ପ୍ରମୁଖ ଦେବୀ ମାଉଥ ରେ ପହଞ୍ଚିଲା ପରେ କୋଷ୍ଟ ଗ୍ୟାର୍ଡ ଟ୍ରଲର ସହ ଛ ଜଣ ମତ୍ସଜୀବୀଙ୍କୁ ବନ ବିଭାଗ କୁ ହସ୍ତାନ୍ତର କରିଥିଲା । ବନବିଭାଗ ତାର ହେପାଜତରେ ଛ ମତ୍ସଯିବି ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ,ଶୁକ୍ରବାର ଦିନ ଟ୍ରଲର ଟିକୁ ମତ୍ସ ବିଭାଗ କୁ ହସ୍ତାନ୍ତର କରିଥିବାର ଜଣା ପଡ଼ିଛି । ମତ୍ସ୍ୟ ବିଭାଗ ଟ୍ରଲର ର ବିଚାର ନ ହେବା ପଯ୍ୟନ୍ତ କୁଜଙ୍ଗ ମତ୍ସ୍ୟ ଅଧିକାରୀ ଙ୍କ ଅଧୀନ ରେ ଟ୍ରଲର ଟିକୁ ରଖିବ ବୋଲି ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଅଲିଭ ରିଡ଼ଲେ କଇଁଚ ଙ୍କ ସଙ୍ଗମ ଓ ଅଣ୍ଡା ଦିଆ ଋତୁ ଚାଲୁ ଥିବାରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୁଦ୍ର ରୁ କେହି ମାଛ ନ ଧରିବା ପାଇଁ ସରକାର କଟକଣା ଜାରି କରିଛନ୍ତି ।