Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଗ୍ରସ୍ତ ରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଏସ ଏନ କନଫରେନ୍ସ ହଲ ଠାରେ ବିଜେଡି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ଜିଲ୍ଲାର ଚରିଗୋଟି ବିଧାନସଭା ର ନିର୍ବାଚିତ ବିଧାୟକ ସମେତ ବହୁ ପୂର୍ବତନ ବିଧାୟକ ଏବଂ ଦଳୀୟ ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ, ଏହି କ୍ରମରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ପ୍ରାୟ ଦିନ ଦୁଇ ଘଣ୍ଟା ସମୟରେ ପହଞ୍ଚି ଉପସ୍ଥିତ ସମସ୍ତ ବିଧାୟକ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ବିଜେଡି ସଙ୍ଗଠନ ବିଷୟରେ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ,ଏବଂ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଶୃଙ୍ଖଳିତ ଭାବରେ ଦଳୀୟ ଶୃଙ୍ଖଳା ମାନି ସମସ୍ତେ ଏକତ୍ରିତ ହୋଇ ଦଳର ସାଂଗଠାନିକ କାର୍ଯ୍ୟ କରି, ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୁଣି ମୂକ୍ଷ୍ୟ ମନ୍ତ୍ରୀ ଆସନରେ ଅଧିଷ୍ଠିତ କରାଇବା ପାଇଁ ଆହ୍ବାନ ଦେଇଛନ୍ତି ଏହି ବୈଠକ ରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ,ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ଧର୍ମଗଡ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ଙ୍କ ସମେତ ବରିଷ୍ଠ ବିଜେଡି ନେତା ତଥା ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି,ଚିତ୍ତରଞ୍ଜନ ମଣ୍ଡଳ, ବାବୁଲି ସ୍ୱାଇଁ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦୁ ସିଂ ଦେଓ ପୂର୍ବତନ ବିଧାୟକ ଅନାମ ନାଏକ , ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ସଦସ୍ୟ ତଥା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏହି କ୍ରମରେ ନର୍ଲା ପ୍ରେସ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ଦୀପକ କୁମାର ସାହୁ ଉପ ସଭାପତି ଚିନ୍ତାମଣି ନାଏକ ନର୍ଲା ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତ୍ୱରାନ୍ୱିତ ପାଇଁ ଶ୍ରୀ ଦାସ ଙ୍କୁ ଅବଗତ କରାଇଥିଲେ ଏବଂ ବିଶେଷ କରି ଛତିକୁଡ଼ା ନର୍ଲା ମ.ରାମପୁର ପୂର୍ତ୍ତ ବିଭାଗ ରାସ୍ତା ଦୋହରିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ