Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାୟତ୍ରୀ ପରିବାର ପକ୍ଷରୁ ଯୁଗ ନିର୍ମାଣ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ଏନଏସି ରେ ରହିଥିବା ବନବାସୀ ସେବା ସମିତି ,ବୃଦ୍ଧାଶ୍ରମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଯୁଗ ନିର୍ମାଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶାନ୍ତି କୁଞ୍ଜ ହରିଦ୍ଵାର ଦ୍ଵାରା ପରିଚାଳିତ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ ର ଚାରିଜଣ ଛାତ୍ରୀ ଶକ୍ତିମୟୀ ,ଆଞ୍ଚଲ , ନେହା ,ଓ ତିନୁ ମିଳିତ ଭାବେ ନୈତିକ ବିଚାର ଧାରା ସମ୍ପର୍କ ରେ କହିବା ସହ ପରିବାର,ସମାଜ ,ରାଷ୍ଟ୍ରର କିପରି ମଙ୍ଗଳ କରିପାରିବେ ଏବଂ ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଏହି ଆଧ୍ୟତ୍ମିକ କାର୍ଯ୍ୟକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ସମେତ ଗୁରୁଜୀ ,ଗୁରୁମା , ଶିକ୍ଷକ ଶିକ୍ଷୟତ୍ରୀ ଆଲୋଚନାରେ ଭାଗ ନେଇ ଥିବା ବେଳେ ଶକ୍ତିପୀଠ ତରଫରୁ ଅନ୍ତର୍ଯ୍ୟାମି ବେହେରା ,ପୂଜକ ପ୍ରମୋଦ ଭାଇ ,ଜଗନ୍ନାଥ ବେହେରା ,ବିରୁପାକ୍ଷ ଦାସ ଗୋପାଳ ପଟ୍ଟନାୟକ ସମେତ ବହୁ ସଂଖ୍ୟକ ଗାୟତ୍ରୀ ପରିଜନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ