Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଦାନ୍ତ ଅପରାଧୀ କୁନା ବେହେରା ର ତିନି ପ୍ରମୁଖ ସହଯୋଗୀ ସହ ଶଶୁର ଗିରଫ।ଟାମଣା ସଂରକ୍ଷିତ ଜଙ୍ଗଲରୁ ହରିଣ ସିଙ୍ଗ ସହ ଦେଶୀ ବନ୍ଧୁକ ଓ ଗୁଳି ଜବତ।

ଗୋପାଳପୁର,୦୫/୦୧ ଗୋଳନ୍ଥରା ପୁଲିସ ପକ୍ଷରୁ ଟାମାଣା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୪ ଅଭିଯୁକ୍ତ ସମେତ ହରିଣ ସିଙ୍ଗ, ଦେଶୀ ବନ୍ଧୁକ ସହ ଗୁଳି ଜବତ କରିଛି।ଗିରଫ ବ୍ୟକ୍ତିମାନେ ହେଲେ ସିଙ୍ଗାବାଡିର ଚିଆଁ ଓରଫ ପୂର୍ଣ୍ଣ ଗୌଡ(୩୫), ମେଦିନୀପୁର ର ଶଙ୍କର ପ୍ରଧାନ (୫୫), ଦିଗପହଣ୍ଡି ଥାନା ଅନ୍ତର୍ଗତ ବତଝରି ର ଅଭି ଓରଫ ଭାଲିଆ ମଲ୍ଲିକ (୪୦) ଏବଂ କହ୍ନେଇପୁଟ ର ବୃନ୍ଦାବନ ମଲ୍ଲିକ (୪୫) ବୋଲି ପୁଲିସ ସୂଚନା ଦେଇଛି।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ହରିଣ ସିଙ୍ଗ ସହ ଦୁଇଟି ସିଙ୍ଗଲ ବେରେଲ ଦେଶୀ ବନ୍ଧୁକ,୬୫ ଏମ ଏମ ର ୧୨୫ ଟି ଗୁଳି,୨୦୦ ଟି ଖାଲି ଗୁଳି,ବାରୁଦ ୨୦୦ ଗ୍ରାମ,୧୦ କେଜି ଓ ୨୫୦ ଗ୍ରାମ ଲିଡ ସ୍ଲିପଣ୍ଟର ବଲସ, ସ୍ଲିଣ୍ଟର ବଲ ପ୍ରସୃତ ୨ ଟି ମେସିନ ସହ ଗୋଟିଏ ମୁଣ୍ଡ ରେ ବାନ୍ଧିବା ଟର୍ଚ୍ଚ ଜବତ କରାଯାଇଛି। ଗୁରୁବାର ଅପରାହ୍ନରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଟାମଣା ଜଙ୍ଗଲ ରେ ଚଢାଉ କରିବା ସମୟରେ ସେଠାରେ ଉପସ୍ଥିତ ରହିଥିବା ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲେ। ପୁଲିସ ପକ୍ଷରୁ ପ୍ରଥମେ କୁନାର ପ୍ରମୁଖ ସହଯୋଗୀ ରହିଥିବା ଚିଆଁ କୁ ଗିରଫ କରିବା ପରେ ଅନ୍ୟ ତିନି ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ଜଙ୍ଗଲ ପରିସରରେ ବେଆଇନ ଭାବେ ଗୋଳାବାରୁଦ ପ୍ରସୃତ ସ୍ଥାନରେ ଚଢ଼ାଉ କରି ଜବତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ପୂର୍ବରୁ ଗତ ୨୦୨୧ ରେ ଚିଆଁ ସମେତ ଶଙ୍କର ପୂର୍ବରୁ ପୁଲିସ ଉପରେ ଆକ୍ରମଣ କରିବା ମାମଲାରେ ଗିରଫ କରାଯାଇଥିଲା।ଏହା ସହ ଜବତ ହରିଣ ସିଙ୍ଗ କୁ ବନବିଭାଗ କୁ ତଦନ୍ତ ନିମନ୍ତେ ହସ୍ତାନ୍ତର କରାଯାଇଛି।ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବେଳେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ପଟେ ଦୁର୍ଦାନ୍ତ ଅପରାଧୀ କୁନା ବେହେରା ଇତିମଧ୍ୟରେ ବାଣପୁର ଜେଲରେ ରହିଥିଲେ ମଧ୍ୟ କୁନାର କ୍ରାଇମ୍ ନେଟୱର୍କ ଆଜି ଭି ଗୋଳନ୍ଚାଥରା ଥାନା ଇଲାକାରେ ଚାଲୁ ରହିଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ବଟି ଆଦାୟ ସହ ବନ୍ୟଜନ୍ତୁ ମାରି ସେମାନଙ୍କ ସିଙ୍ଗ, ଚମଡା ଆଦି ଚୋରା ବେପାର ରେ ସାମିଲ ରହିଥିଲେ ବୋଲି ପୁଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ