Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଲାନପଡ଼ା ଛକ ଠାରେ ଡ୍ରାଇଭର ଆନ୍ଦୋଳନ

ଖଡ଼ିଆଳ : ବେପାରୁଆ ଗାଡ଼ି ଚଲାଇବା ଯୋଗୁଁ ପ୍ରତିବର୍ଷ ଭାରତରେ ପ୍ରାୟ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାର ନୂଆ ଭାରତୀୟ ନ୍ୟାୟ ସଂହିତାରେ ନିୟମ କଡାକଡି କରିଛନ୍ତି । ଦୁର୍ଘଟଣା ଘଟାଇବା ପରେ ଚାଳକ ପୁଲିସକୁ ନଜଣାଇ ପଳାଇଗଲେ ୧୦ ବର୍ଷ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ଏହାକୁ ବିରୋଧ କରି ଆଜି ଦେଶରେ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଖଡ଼ିଆଳ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଖଡ଼ିଆଳ ନୂଆପଡ଼ା ୩୫୩ ଜାତୀୟ ରାଜପଥର ଚଲାନପଡ଼ା ବଡ ପୋଲ ଛକ ଠାରେ ଧାରଣା ଦିଆ ଯାଇଛି। ଡ୍ରାଇଭର ମାନେ ବିଭିନ୍ନ ଯାନ ବାହନକୁ ଅଟକାଇବା ସହ ସରକାର ଏହି ଆଇନକୁ ବାତିଲ କରିବାକୁ ଦାବି କରିଛନ୍ତି। କୌଣସି ଡ୍ରାଇଭର ଜାଣି ଶୁଣି ଦୁର୍ଘଟଣା ଘଟାଏ ନାହିଁ, ଏଣୁ ଏହି ଆଇନ ଲାଗୁ ହେଲେ ସେମାନେ ତଳି ତଳାନ୍ତ ହୋଇଯିବେ ବୋଲି କହିଛନ୍ତି। ସରକାର ଏହି ଆଇନକୁ ବାତିଲ ନକଲେ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଆନ୍ଦୋଳନର କୁମାର ପାଣ୍ଡେ, ପଦ୍ମ ଚରଣ ହଂସ, ପବିତ୍ର ବରିହାଙ୍କ ସମେତ ଶତାଧିକ ଡ଼୍ରାଇଭର ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ