Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

ଖଡ଼ିଆଳ : ଖଡ଼ିଆଳ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୧ତମ ଜିଲ୍ଲା ସ୍ତରୀୟ କନିଷ୍ଠ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠିତ ଉଦଯାପନୀ ସମାରୋହରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ସାଙ୍ଗଠନିକ ସଂପାଦିକା ଗୀତାରାଣୀ ଯୋଷୀ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ସମ୍ମାନିତ ଅତିଥି ଭାବରେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁ , ବରିଷ୍ଠ ସାମ୍ବାଦିକ ପରମେଶ୍ବର ବାରିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ନୂଆପଡ଼ା ଜିଲ୍ଲା ଜୁନିୟର ରେଡକ୍ରସ ସଂପାଦକ ମହେଶ କୁମାର ଦଣ୍ଡସେନା , ନୂଆପଡ଼ା ଜିଲ୍ଲା କ୍ରୀଡ଼ା ଶିକ୍ଷକ ସଂଘ ସଭାପତି ରାଜକପୁର ବାରିକ ଓ ଜେ.ଆର୍.ସି.ଓ ଜୟଦେବ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ରତନ ସିଂ ବାରିକ, ପ୍ରଶାନ୍ତ କୁମାର ପ୍ରଧାନୀ , ଦିଲ୍ଲୀପ ନାଏକ ଓ ଦେବାଶିଷ ଯୋଷୀ ପରିଚାଳନା କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଆରତି କୁଣ୍ଡୁ , ସ୍ୱାତୀ ସ୍ୱାଗତିକା ବୁଡେକ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ସୁବାସ ଯୋଷୀ, ଗଙ୍ଗାରାମ ମେହେର, ମହତାବ ଆଡଜୁଏଡ଼, ମୋହନ ମହନ୍ତ, କ୍ଷମାସାଗର ସାହୁ, ଗୌତମ ବାଗ, ଅନୀଳ ସା, ନୀଳେନ୍ଦ୍ରି ସିଂ, ନିରୂପମା ପାଣିଗ୍ରାହୀ , ସଂଯୁକ୍ତା ସୂପକାର, ପ୍ରଣବ ପାତ୍ର, ପ୍ରମିଳା ପଟ୍ଟନାୟକ , ରୁଦ୍ରାକ୍ଷ ବିଶି , ସୁନୀତା ରଥ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ