Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଟାଭାଟି ଶ୍ରମିକଙ୍କୁ ନିର୍ଯ୍ୟାତନା, ବେଆଇନ ଇଟାଭାଟିକୁ ଭାଙ୍ଗିଲା ପ୍ରଶାସନ

ବେଲଗୁଣ୍ଠା, 06/01, ବେଲଗୁଣ୍ଠା ଥାନା ଅନ୍ତର୍ଗତ ପ୍ରତାପୁର ନିକଟସ୍ଥ ବଣିଆପଲ୍ଲୀ ଗ୍ରାମରେ ବେଆଇନ୍ ଭାବେ ଚାଲିଥିବା ଏକ ଇଟାଭାଟିରେ ଶ୍ରମିକଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୋଲିସ୍ ଶୁକ୍ରବାର ଦିନ ଇଟାଭାଟି ମାଲିକ ଖଲି ନାୟକକୁ କୋର୍ଟଚାଲାଣ କରିଥିବା ବେଳେ ଆଜି ସ୍ଥାନୀୟ ପ୍ରଶାସନ ଇଟାଭାଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି I ଆଜି ପ୍ରଶାସନ ପକ୍ଷରୁ ବେଆଇନ୍ ଇଟାଭାଟି ଉପରେ ଚଢ଼ାଉ କରି ଦୁଇଟି ହିଟାଚି ଦ୍ୱାରା ଅଢେଇ ଲକ୍ଷ ପୋଡା ଇଟା ଏବଂ କଞ୍ଚା ଇଟାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି I ଆଜିର ଚଢ଼ାଉ ସମୟରେ ଜଗନ୍ନାଥପ୍ରସାଦ ତହସିଲଦାର ବିମଳ କୁମାର ପାତ୍ର, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏବଂ ପୋଲିସ୍ ବାହିନୀ ଉପସ୍ଥିତ ଥିଲେ I ଆଗାମୀ ଦିନରେ କୌଣସି ବେଆଇନ୍ ଇଟାଭାଟିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ତହସିଲଦାର ଶ୍ରୀ ପାତ୍ର ଏବଂ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ସମ୍ପୃକ୍ତ ବେଆଇନ୍ ଇଟାଭାଟିରେ ବଲାଙ୍ଗୀର ପାଟଣାଗଡ଼ ଅଞ୍ଚଳର କିଛି ଶ୍ରମିକ କାମ କରୁ୍ଥିବା ବେଳେ ନୂଆଁ ବର୍ଷ ଦିନ ସେମାନେ ଗାଆଁକୁ ଖଲି ନାୟକ ଯିବାକୁ ବାହାରିବାରୁ ଇଟାଭାଟି ମାଲିକ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରି ତିନି ଜଣଙ୍କୁ ଜଖମ କରିଦେଇଥିଲା I ଏନେଇ ଅଭିଯୋଗ ହେବା ପରେ ଗତ କାଲି ଖଲି ନାୟକକୁ କୋର୍ଟଚାଲାଣ କରାଯିବା ସହ ଇଟାଭାଟି ସମ୍ପୂର୍ଣ୍ଣ ବେଆଇନ୍ ଭାବେ ଚାଲିଥିବା ନେଇ ପ୍ରଶାସନ ଜାଣିପାରିଥିଲା I ତେଣୁ ପ୍ରଶାସନ ପକ୍ଷରୁ ଆଜି ଇଟାଭାଟିକୁ ନଷ୍ଟ କରାଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ