Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀ ପରିକ୍ରମା ପାଇଁ ଗଡ଼ିଲା ଶ୍ରୀ ଜଗନ୍ନାଥ ଅର୍ପଣ ରଥ।

କୋକସରା:୦୭/୦୧ ଆସନ୍ତା ୧୭ ରେ ପୁରୀ ପରିକ୍ରମା ଉତ୍ସଵ ଶ୍ରୀ ଜଗନ୍ନାଥ ଧାମ ପୁରୀ ରେ ମହା ସମାରୋହରେ ଅନୁଷ୍ଠିତ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ବେଳେ ଶ୍ରୀ ଜଗନ୍ନାଥଙ୍କ ପୁରୀ ପରିକ୍ରମା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରି ମହାପ୍ରଭୁଙ୍କ ପାଇଁ ଗୁଆ ଓ ଅରୁଆ ଅରୁଆ ଚାଉଳ ସଂଗୃହିତ ହୋଇ ପଠାଯିବ। ଏହି କ୍ରମ ରେ କୋକସରା ବ୍ଲକ ରେ ରବିବାର ମାଝୀଗୁଡା ପଞ୍ଚାୟତ ରୁ ଅର୍ପଣ ରଥ ର ଶୁଭାରମ୍ଭ କରାଯାଇଛି। ମାଝୀଗୁଡା ଠାରେ ଅର୍ପଣ ରଥ କୁ ପୂଜାର୍ଚ୍ଚନା ପରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ପ୍ରଥମେ ଗୁଆ ଓ ଚାଉଳ ଅର୍ପଣ କରିଥିଲେ। ଏହି ଅବସର ରେ ବିଡ଼ିଓ ସ୍ନେହାପ୍ରଭା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଲକ ବିଜେଡି ସମ୍ପାଦକ ପଞ୍ଚକ ପୋଢ଼,ମାଝୀଗୁଡା ସରପଞ୍ଚ ମାମି ବାଗ, ଧବଳେଶ୍ବର ନାଗ ପ୍ରମୁଖ ଉପସ୍ଥିତ ଥିଲେ।ପରେ ରଥ ଗ୍ରାମରେ ସଂକୀର୍ତ୍ତନ ଦଳ ଓ ଶତାଧିକ ଶ୍ରଦ୍ଧାଳୁ ଙ୍କ ଗହଣ ରେ ପରିକ୍ରମା ସମୟରେ ମହିଳା ମାନେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ କୁ ବନ୍ଧାପଣା,ପୂଜାର୍ଚ୍ଚନା କରି ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ବ୍ଲକ ଜିପିଇଓ ବିରଞ୍ଚି ଖରସେଲ, ବିଏସଏସଓ ଦୀପକ କୁମାର ବେହେରା, ପିଇଓ ଭବିଷ୍ୟତ ପଟେଲ, ତ୍ରିଲୋଚନ ବାଗ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ