Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ପ୍ରତିଷ୍ଠା ଦିବସ ପାଳିତ।

ଲକ୍ଷ୍ମୀପୁର ୦୭/୦୧ … ଲକ୍ଷ୍ମୀପୁର ପୁରୁଣା ବଜାର ସ୍ଥିତ ପ୍ରାଥମିକ ଶିକ୍ଷକ ସଂଘ ଭବନ ଠାରେ ଶିକ୍ଷକ ସଂଘର ସଭାପତି ଦୟାନିଧି ଗରଡ଼ା ଙ୍କ ସଭାପତିତ୍ବରେ ପ୍ରାଥମିକ ଶିକ୍ଷକ ଫେଡରେସନ ର ୭୯ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏଥିରେ ବ୍ଲକ୍ ର କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।ଜିଲ୍ଲା ସଂଘର ଉପ ସଭାନେତ୍ରୀ
ବୈଜୟନ୍ତି ମାଳା ଖୋସ୍ଲା,ବ୍ଲକ୍ ଶିକ୍ଷକ ସଙ୍ଘ ଉପ ସଭାପତି ନିରଞ୍ଜନ ନାୟକ,ଉପ ସଭା ନେତ୍ରୀ ସୁକାନ୍ତି ସାହୁ,ସଂଗଠନ ସମ୍ପାଦକ ବଳରାମ କନ୍ଦପାନ,ଉପଦେଷ୍ଟା ମନୋଜ କୁମାର୍ ପରିଡ଼ା,ସହ ସମ୍ପାଦକ ଭାସ୍କର ସୁଚେନ,ସଂଯୋଜକ ଏ.ରମେଶ କୁମାର୍,ପୂର୍ବତନତ ରାଜ୍ୟ ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁଲଦୀପ୍,ନାରାୟଣ ପାଟଣା ଏବିଈଓ ପ୍ରଦୀପ କୁମାର ଲିମା ଓ ସୂର୍ଯ୍ୟ ନାରାୟଣ ପାଇରପୁ,ସଂଘର ପୂର୍ବତନ ସମ୍ପାଦକ ଅର୍ଜୁନ ହିମେରିକା,ମହାଦେବ ଶତପଥୀ,ମଙ୍ଗଳ ଖସଲା ପ୍ରମୁଖ ମଞ୍ଚାସିନ ଥିଲେ।ଶିକ୍ଷକ ସଂଘ କିପରି ଆରମ୍ଭ ହେଲା ଓ ଆଜି ସଂଘ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ କିପରି ଉପକୃତ ହେଇଛନ୍ତି, ଆଗକୁ କିପରି ସଂଘ ମଜଭୁତ ହୋଇ ରହିବ ତାହା ଉପରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମକୁ ଲକ୍ଷ୍ମୀପୁର ଶିକ୍ଷକ ସଂଘର ସମ୍ପାଦକ ତ୍ରିନାଥ ମହାପାତ୍ର ପରିଚାଳନା କରିଥିବା ବେଳେ ଜଇଦାନ ଖରା,ବସନ୍ତ କୁମାର ହିଆଲ୍,ସୀମା ବୈପାରୀ ପ୍ରମୁଖ ସହଜୋଗ କରିଥିଲେ ।