Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ ତମ ଜନ୍ମ ମହୋତ୍ସବ ପାଳନ

ଲକ୍ଷ୍ମୀପୁର ୦୭/୦୧ …. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଦୋଳିଆମ୍ବ ଗ୍ରାମ ସ୍ଥିତ ସତସଙ୍ଗ କେନ୍ଦ୍ର ଠାରେ ଆଜି ସତସଙ୍ଗ ଯାଜକ ସଭାପତି ଲାବନ୍ୟ ହାଲବାଙ୍କ ସଭାପତିତ୍ବରେ ଯୁଗୋ ପୁରୁଷୋତ୍ତମ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଜନ୍ମ ମହୋତ୍ସବ ସହିତ ଦୋଳିଆମ୍ବା ଗାଁ ର ୨୮ ତମ ସତସଙ୍ଗ କେନ୍ଦ୍ର ପ୍ରତିଷ୍ଠା ଦିବସ ମହା ଆଡମ୍ବ ସହକାରେ ପାଳିତ ହୋଇଯାଇଛି।ସକାଳୁ ସନ୍ଧ୍ୟା ମଧ୍ୟରେ ଦେବ ମାଙ୍ଗଳିକ, ନହବତ୍, ଉଷା କୀର୍ତ୍ତନ,ଉଷା ବିନତି,ପୁଣ୍ୟ ଗ୍ରନ୍ଥାଦି ପାଠ ଓ ପ୍ରଣାମ ନିବେଦନ,ସଂଗୀତାଞ୍ଜଳୀ,ସତସଙ୍ଗ ଓ ସଦାଲୋଚନା,ପ୍ରସାଦ ସେବନ,ମାତୃ ସମ୍ମିଳନୀ,ସନ୍ଧ୍ୟା ବିନତୀ ଓ ପ୍ରଣାମ ନିବେଦନ ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଇଥିଲା।ଏହି ଜନ୍ମ ମହୋତ୍ସବ କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟ ର ଅଧ୍ୟାପକ କମଳାକାନ୍ତ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକ୍ ସମେତ,ସୁନାବେଡ଼ା,
ସେମିଳିଗୁଡା,କାଶିପୁର,ଦାମନଯୋଡି, ଟିକିରି,ରାୟଗଡ଼ା,ଜୟପୁର,କାକିରିଗୁମା, ବୋରିଗୁମ୍ମା,ମାଲକାନଗିରି,ନବରଙ୍ଗପୁର ନାରାୟଣ ପାଟଣା ଓ ବନ୍ଧୁଗାଁ ଅଞ୍ଚଳର ଶତାଧିକ ଭକ୍ତ ଯୋଗ ଦେଇଥିଲେ।ଏଥିରେ ଉପସ୍ଥିତ ସମସ୍ତ ଭକ୍ତ ମାନେ ଏକ ବିରାଟ ଶୋଭା ଯାତ୍ରାରେ ଠାକୁରଙ୍କ ରଥ କୁ ନଗର ପରିକ୍ରମା କରିଥିଲେ।ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ରିତିକ କେଦାରେଶ୍ୱର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଦୋଳିଆମ୍ୱ ସତସଙ୍ଗ କମିଟିର ଅଧୂର୍ଯ୍ୟ ଗୋପାଳ ମଣ୍ଡଳ,
ସମ୍ପାଦକ ନିତ୍ୟାନନ୍ଦ ଗରଡ଼ା,ପ୍ରମୋଦ ଗରଡ଼ା,ରମାକାନ୍ତ ବାଘ,ପାତ୍ର ଗରଡ଼ା,ରତ୍ନାକର ବାଘ,ନକୁଳ ଗରଡ଼ା,ପର୍ଶୁରାମ ବିଡିକା ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ