Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨ ଡ୍ରାଇ ଡେ, ବଡ଼ ଘୋଷଣା କଲେ ଆସାମ ସରକାର

ଗୌହାଟୀ: ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିରର ଶୁଭ ଉଦଘାଟନ ହେବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହାକୁ ନେଇ କେବଳ ଅଯୋଧ୍ୟା ନୁହେଁ ସମଗ୍ର ଦେଶରେ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ଆସାମ ସରକାର ଜାନୁଆରୀ ୨୨କୁ ଡ୍ରାଇ ଡେ ଘୋଷଣା କରିଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ରାଜ୍ୟରେ ସେ ଦିନ ମଦ ବିକ୍ରି ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକ ପରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲା ବରୁଆ କହିଛନ୍ତି ରାମ ମନ୍ଦିର ଉଦଘାଟନ ଉପଲକ୍ଷେ ଆସାମ ସରକାର ଜାନୁଆରୀ ୨୨ ଡ୍ରାଇ ଡେ ରଖିବାକୁ ଘୋଷଣା କରିଛନ୍ତି । ଅଯୋଧ୍ୟାରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏନଡିଏ ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ ୮ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବାକୁ ଆମନ୍ତ୍ରୀତ କରାଯାଇଛି।  

ଉଦଘାଟନୀ  ଉତ୍ସବରେ କେବଳ ଦେଶ ନୁହେଁ ବିଶ୍ଵର ୫୫ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଯୋଡିବା ପାଇଁ ଏକ ବଡ ପ୍ରୟାସ ଚାଲିଛି। ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ବିଦେଶରେ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ୨୨ ଜାନୁଆରୀରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ସହିତ ସମନ୍ୱୟ ରକ୍ଷା କରି ଏହି ସମସ୍ତ ଦେଶରେ ପ୍ରାର୍ଥନା କରାଯିବ।