Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

ଅସ୍ତରଙ୍ଗ,,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପାଟଳଦା ଗ୍ରାମପଞ୍ଚାୟତ ଅଧିନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର୍ ୨୦୦୧ ମାଟ୍ରିକ ବ୍ୟାଚ ର ଏକ ବନ୍ଧୁ ମିଳନ ରବିବାର ଦିନ ପିର ଜାହାନିଆଁ ବେଳାଭୂମି ନିକଟ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ଭିତରେ ଅନୁଷ୍ଠିତ ହୋଇ ଜାଇ ଅଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୫୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ର ଛାତ୍ରୀ ଓ ତାଙ୍କ ପରିବାର ସାମିଲ ଥିଲେ । ପ୍ରାରମ୍ଭ ରେ ମିଳନ କାର୍ଯ୍ୟକ୍ରମ ବହୁ ଦିନ ପରେ ଅନୁଷ୍ଠିତ ହୋଇ ଥିବାରୁ କେକ୍ କଟାଯାଇ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା । ପୁରାତନ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିବା ସହ,ପ୍ରତି ବର୍ଷ ଏହି ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିଷ୍ପତି ହୋଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ଦ୍ବାରା ନାଚ ଗୀତର ତାଳେ ତାଳେ,ସମସ୍ତେ ସାମିଲ ହୋଇ ନୂତନ ବର୍ଷ କୁ ସ୍ଵାଗତ କରିଥିବାର ଦେଖାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ପରିବେଶବିତ୍ ଶୋଭାକର୍ ବେହେରା,ଅତିଥି ରୂପେ ଯୋଗ ଦେଇ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଉପରେ କିଛି ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ରେ ପ୍ରଦେଶ କୁମାର ବେହେରା,ଆଲୋକ ପରିଡ଼ା,ମନୋଜ ଭଟ,ବସନ୍ତ ବେହେରା,ବଳଦେବ ସେନାପତି,ବିଜୟ ପୋଲାଇ, ଗିତାଂସୁ ସ୍ବାଇଁ,ସାଇଲକ୍ଷ୍ମି ନାୟକ,ମୋନାଲିସା ସ୍ବାଇଁ,ସନ୍ତୋଷ ମଲିକ, ବିଶ୍ୱଜିତ୍ ମଳିକ,ସନ୍ତୋଷ ସେଠୀ,କିଶୋର ମଲିକ,କଳ୍ପନା ବେହେରା,ସମିର ସ୍ବାଇଁ,ସମ୍ପଦ କାଣ୍ଡୀ,ଇନ୍ଦ୍ର ନିଲ ବେହେରା ଆଦି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଖାଦ୍ୟ ପେୟର ସରିଲା ପରେ କାର୍ଯ୍ୟକ୍ରମ ଶେଷ କରାଯାଇ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ