Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ

ବରଗଡ଼ /ଅତାବିରା:

ବରଗଡ ଜିଲା ପାଇକମାଳ ବ୍ଲକ ଡୁଙ୍ଗୁରିପାଲି ଗ୍ରାମରେ ବଡ ଭାଇର ଆକ୍ରମଣରେ ସାନ ଭାଇର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ମନୋଜ ସୁନା (୨୫)। ଗୁରୁବାର ରାତି ପ୍ରାୟ ୭ଟା ବେଳେ ମନୋଜ ଓ ବଡ ଭାଇ ଉପେନ୍ଦ୍ର ସୁନାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସେଥିରେ ଉତ୍ତ୍ୟକ୍ତ ହୋଇ ଉପେନ୍ଦ୍ର ଲୁହା ତାୱାରେ ମନୋଜଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ଫଳରେ ଘଟଣାସ୍ଥଳରେ ମନୋଜଙ୍କର ମୃତ୍ୟୁ ଘଟିଥିଲା। ମନୋଜ ପଡି ଯିବା ଦେଖି ଭୟରେ ପାଇକମାଳ ଥାନାରେ ଉପେନ୍ଦ୍ର ଆତ୍ମସମର୍ପଣ କରିଥିଲା। ଶୁକ୍ରବାର ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।