Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆସୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ…ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ତା -ଏସପି…ସରକାରୀ ନା ଦଳୀୟ କାର୍ଯ୍ୟକ୍ରମ ତାକୁ ନେଇଁ ପ୍ରଶ୍ନବାଚୀ…

ଲକ୍ଷ୍ମୀପୁର ୦୮/୦୧ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା କୁ ଆସନ୍ତା କାଲି ଦିନିକିଆ ଗସ୍ତ ରେ ଆସିବେ ୫ଟି ସଚିବ ଭିକେ ପାଣ୍ଡିଆନ, ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ  ସୁରକ୍ଷା ବ୍ୟବସ୍ତା କରାଯାଇଛି।ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ତା କରାଯାଇଥିବା କୋରାପୁଟ ଏସପି ଅଭିନଵ ସୋନକର ସୂଚନା ଦେଇଛନ୍ତି। ଏହା ଦଳୀୟ କାର୍ଯ୍ୟକ୍ରମ ନା ସରକାରୀ କାର୍ଯ୍ୟକ୍ରମ ବୋଲି ସାମ୍ବାଦିକ ଙ୍କ ପ୍ରଶ୍ନ ରେ ଉଭୟ ଏସପି ଓ ବିଜେଡି ଜିଲ୍ଲା ସଭାପତି ଝିନ ହିକକା ଏଡାଇ ଯାଇ ଏହା ସମସ୍ତଙ୍କ ର କାର୍ଯ୍ୟକ୍ରମ ବୋଲି ସୂଚାଇଛନ୍ତି ।୧୫ରୁ ୨୦ହଜାର ଲୋକଙ୍କ ସମାଗମ ସକାଶେ ଲକ୍ଷ ଧାର୍ଯ୍ୟ କରାଯାଇଛି।
ନିର୍ବାଚନ ସମୟ ଆସିଗଲା ଏବେ ଲକ୍ଷ୍ମୀପୁର କୁ ନେତାଙ୍କ ସୁଅ ଛୁଟିବ।୫ ବର୍ଷ ବିତିବାକୁ ଗଲା କାହାରି ଦେଖା ନଥିଲା, ମଙ୍ଗଳବାର ଦିନ ୫- ଟି ସଚିବ ଭୀକେ ପାଣ୍ଡିଆନ୍ ଲକ୍ଷ୍ମୀପୁର ଆସୁଛନ୍ତି।ଅଞ୍ଚଳରେ ଅନେକ ସମସ୍ୟା ଆଜି ଯାଏଁ କେହି ବୁଝିଲେ ନାହିଁ,ହେଲେ ସଚିବ ଲୋକଙ୍କ ଅଭିଯୋଗ ଶୁଣିବା କୁ ଆସୁଛନ୍ତି ।ହେଲେ ଶ୍ରୀଯୁକ୍ତ ପଣ୍ଡିଆନଙ୍କ ଗସ୍ତକୁ ନେଇ ପ୍ରଶାସନର ନିଦ ହଜି ଯାଇଛି।କୌଣସି କ୍ଷେତ୍ରରେ ଅସୁବିଧା ନହେବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ରାତି ଦିନ ଏକ କରି  ହେଲିପ୍ୟାଡ ଠାରୁ ଆରମ୍ଭ କରି ମିନି ଷ୍ଟାଡିୟମ ଯାଏଁ ତର୍ଜମା କରିଛନ୍ତି।ଶ୍ରୀଯୁକ୍ତ ପାଣ୍ଡିଆନ ସ୍ଥାନୀୟ ବିଏସଏଫ୍ କ୍ୟାମ୍ପ ପଡିଆରେ ହେଲିକପ୍ଟର ରୁ ଓହ୍ଲାଇବା ପରେ ମିନି ଷ୍ଟାଡ଼ିୟମ୍ ରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।କାର୍ଯ୍ୟକ୍ରମ ସରିବା ପରେ ବିଏସଏଫ୍ କ୍ୟାମ୍ପରେ ମଧ୍ୟାହ୍ନ ଭୋଜନ ସାରି ଭୁବନେଶ୍ୱର ଅଭିମୁଖେ ଚାଲିଯିବେ।ହେଲେ ତାଙ୍କର ଏଇ ଦିନିକିଆ କାର୍ଯ୍ୟକ୍ରମକୁ ନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଆଜିଯାଏଁ ଯେଉଁ ମାନେ ସମସ୍ୟାରେ ପଡ଼ି ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି ପ୍ରକୃତରେ ସଚିବ କଣ ସେମାନଙ୍କ ସମସ୍ୟାର ସମାଧାନ କରିବେ ତାହା ଉପରେ ସମସ୍ତ ଙ୍କ ନଜର ରହିଛି। ପାଣ୍ଡିଆନ ଙ୍କା ସୁରକ୍ଷା ସକାଶେ ୫୦ରୁ ଉର୍ଦ୍ଧ ଅଫିସର ଙ୍କ ସହ ୬ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ଏସଡିପିଓ ବିରଞ୍ଚି ନାରାୟଣ ରଥ ସୂଚନା ଦେଇଛନ୍ତି। ଆଜି କୋରାପୁଟ ଅତିରିକ୍ତ ଏସପି ବଳ ଭଦ୍ର ଦୀପ, ରିଜର୍ଭ ଇନିସପେକଟର ବିଘ୍ନେଶ୍ୱର ରାଓ, ବିଡ଼ିଓ ଗୁରେଶ୍ୱର ଭୋଇ,ସ୍ଥାନୀୟ ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ସମେତ ଅନେକ ଅଫିସର ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ତା ଉପରେ ଧ୍ୟାନ ଦେଇଥିଲେ। ଯନ୍ତ୍ରୀ ଭାଗିରଥି ପାଢ଼ୀ,ରମେଶ ନାୟକ ପ୍ରମୁଖ ଉପସ୍ଥିତ ରହି ବାରିକେଡ଼ ର ବ୍ୟବସ୍ଥା ସହ ରାସ୍ତା ମରାମତି କାର୍ଯ୍ୟ ଯୁଦ୍ଧ କାଳୀନ ଭିତିରେ କରିଥିଲେ…ସନ୍ଧ୍ୟା ରେ ସାଙ୍ଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ମିନି ଷ୍ଟାଡିୟମ ରେ ପହଞ୍ଚି ଦଳୀୟ କର୍ମୀ ଙ୍କ ସହ ଆଲୋଚନା କରି ସମସ୍ତ ବିଷୟ ରେ ବୁଝିଥିଲେ। ବିଧାୟକ ପ୍ରଭୁଜାନି,ପୂର୍ବତନ ବିଧାୟକ କୈଳାଶ କୁଲେଶିକା,ଜିଲ୍ଲା ସମ୍ପାଦକ କୁମୁଦ ଚନ୍ଦ୍ର ସାଉଁତା, ଶଙ୍କର ସାଉଁତା ପ୍ରମୁଖ କାର୍ଯ୍ୟକ୍ରମ ର ଦାୟିତ୍ୱ ନେଇଥିବା ଅବଜରଭର ସୁନୀଲ ମହାନ୍ତି ଶ୍ରୀ ଦାଶ ଙ୍କୁ ସୂଚନା ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ