Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ରାତିରେ ଶ୍ରୀମନ୍ଦିର ପ୍ରଶାସନକୁ ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ନିର୍ମାଣ ସଂସ୍ଥା

ପୁରୀ: ଶେଷ ପର୍ଯ୍ୟାୟରେ ପରିକ୍ରମା ପ୍ରକଳ୍ପ।। ଗୁରୁବାର ରାତି ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ନିର୍ମାଣ ସଂସ୍ଥା। ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମାର୍ଗ, ପରିକ୍ରମା ମାର୍ଗ ଏବଂ ଯଜ୍ଞସ୍ଥଳ କାମ ସରିବା ଉପରେ ରହିଛିସମସ୍ତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର। ବରିଷ୍ଠ ଅଧିକାରୀଙ୍କ ସହ ଅଗ୍ରଗତିର ସମୀକ୍ଷା କରିଥିଲେ। ସଠିକ୍ ସମୟରେ ସବୁ କାମ ଶେଷ ହେବ ବୋଲି କହିଛନ୍ତି ସୁରେଶ ମହାପାତ୍ର।

ସେପଟେ ଖୁବଶୀଘ୍ର ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍। ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ବିନା ବାଧାରେ କିପରି ପୁରୀ ଆସିପାରିବେ ସେନେଇ ମୁଖ୍ୟମନ୍ତ୍ରୀ ଏହି ବସ୍ ସେବା ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଖୁବଶୀଘ୍ର ଶୁଭାରମ୍ଭ କରିବେ। ରାଜ୍ୟରେ ୬୦ଟି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଗଡ଼ିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର। ପରିକ୍ରମା ପ୍ରକଳ୍ପ ଉଦଘାଟନକୁ ଭବ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ସାରା ରାଜ୍ୟ। ଗାଁ ସାହିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗାଁ ଗାଁରେ ଅର୍ପଣ ରଥ ବୁଲୁଛି। ଅର୍ପଣ ରଥକୁ ଢୋଲ, ସଂକୀର୍ତ୍ତନ, ଝାଞ୍ଜର ତାଳେ ତାଳେ ଜୟ ଜଗନ୍ନାଥ ଧ୍ବନୀ ଦେଇ ସ୍ବାଗତ କରୁଛନ୍ତି ଶ୍ରଦ୍ଧାଳୁ। ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ହେବ । ଅଧିକରୁ ଅଧିକ ଭକ୍ତଙ୍କ କିଭଳି ସେ ସମୟରେ ପୁରୀରେ ଆଗମନ ହେବ ତାକୁ ନେଇ ପ୍ରଶାସନ ଯତ୍ନବାନ ରହିଛି ।