ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ବୈଠକ ଓ କାର୍ଯ୍ୟାଳୟ ଉଦଘାଟିତ


ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଇନ୍ଦ୍ରନଗର ଠାରେ ନୂଆପଡା ଜିଲ୍ଲା ନିର୍ମାଣ ଶ୍ରମିକଙ୍କ ବୈଠକ ଅନୁଷ୍ଠିତ ହେବା ସହ ନିର୍ମାଣ ଶ୍ରମିକଙ୍କ ଏକ କାର୍ଯ୍ୟାଳୟ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ସମାଜସେବୀ ଟୁଲୁ ବାବୁଙ୍କ ନେତୃତ୍ବରେ ଶତାଧୁକ ନିର୍ମାଣ ଶ୍ରମିକ ଯୋଗଦାନ କରିଥିବା ବେଳେ ପରେଶ ବନ୍ଧିଛୋର କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କରିଥିଲେ । ନିର୍ମାଣ ଶ୍ରମିକ ସଂଘର ପିତାମ୍ବର କୁମାର କାର୍ଯ୍ୟକ୍ରମର ମୁଖ୍ୟ ଭୂମିକା ତୁଲାଇଥିବା ବେଳେ ଶ୍ରମିକ ମାନେ ଏକତା ହୋଇ ସଂଘକୁ ମଜବୁତ କରିବା ସହ ଶ୍ରମିକ ଏକତା ବଜାୟ ରଖୁବା ପାଇଁ ନିଷ୍ପ ନେଇଥିଲେ । ପଞ୍ଜିକରଣ, ନବିକରଣ, ଶ୍ରମିକ ସହାୟତା ଉପରେ ବିଷଦ ଆଲୋଚନା ହୋଇଥିଲା । ଲକ୍ଷ୍ମୀଧର ନିଆଲ, ବୁଦ୍ଧଦେବ ବେହେରା, ବ୍ରଜ ସିଂ ମାଝୀ, ବିଷ୍ଣୁ ରାଉତ, ନିରଳସନ ରାଉତ, ଜୟଦ୍ରଥ ମାଝୀ, ବରୁଣ ମାଝୀ, ଯୁଗେଶ୍ଵର ଗଉଡ଼, ଗୁଣନିଧି, ଦୁର୍ବଳ ମାଝୀ ପ୍ରମୁଖଙ୍କ ସମେତ ଶତାଧିକ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ ।