Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଘ ଛାଳ ଜବତ,୭ ଗିରଫ, ସାମ୍ୱାଦିକ ସମ୍ମିଳନୀରେ ସୂଚନା

ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗ କୁ ମିଳିଛି ବଡ ସଫଳତା । ପୃଥକ ପୃଥକ ଭାବରେ ୨ ଗୋଟି ବାଘ ଛାଳ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ । ଏହି ଅଭିଯୁକ୍ତ ମାନଙ୍କ ଠାରୁ ୬ ଗୋଟି ମୋବାଇଲ ଜବତ କରିଥିବା ବେଳେ ବନ ବିଭାଗ କେସ ନଂ ୩୮୯ ଏବଂ ୩୯୦ ଅନୁସାରେ ୭ ଜଣ ଅଭିଯୁକ୍ତଙ୍କୁ ବେଆଇନ ବାଘ ଛାଳ ବ୍ୟବସାୟ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ବନବିଭାଗ ଏସିଏଫ ମହମ୍ମଦ ମୁସ୍ତାଫା ସାଲିହା ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କୁ ଖଡ଼ିଆଳ ଶ୍ୟାମକୁମ ଲଜ ଏବଂ ଖଡ଼ିଆଳ ବରପଦର ଛକ ଅଞ୍ଚଳରୁ ଗିରଫ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ବ୍ଲକ ଖଇରପଦର ଗାଁର ଲିଙ୍ଗରାଜ ମାଝୀ, ଚୁମ୍ବକ ଲାଲ ପଟେଲ, ବରକୁହୁଟି ଗାଁର ଯୁମ୍ବେଶ୍ୱର ପଟେଲ, ଶୁଶୀଲ ପଟେଲ ହୋଇଥିବା ବେଳେ ବିରିଘାଟ ମହୁଲଝରଣ ଗାଁର ନିରନ ମାଝୀ, ବୋଡାପାଲି ଗାଁର ଜଗଦୀଶ ମାଝୀ, ବଲାଙ୍ଗୀର ଜିଲା ବୋରୋବାହାଲ ଗାଁର ଚିତରାମ ପଟେଲ ବୋଲି ଜଣାପଡିଛି । ଆଜି ଅଭିଯୁକ୍ତ ମାନଙ୍କୁ ବେଆଇନ ବନ୍ୟଜନ୍ତୁ ଶିକାର ଏବଂ ବେଆଇନ ବାଘ ଛାଳ ବ୍ୟବସାୟ ନିୟମରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ,ଗତ କିଛିଦିନ ହେବ ଅଭିଯୁକ୍ତ ମାନେ ଖଡ଼ିଆଳ ଶ୍ୟାମକୁମ ଲଜରେ ରହି ବାଘ ଛାଳ ବିକ୍ରି ପାଇଁ ଗ୍ରାହକ ସହିତ ଡିଲ ଚାଲିଥିବା ବନବିଭାଗ ପାଖରେ ଖବର ହସ୍ତଗତ ହୋଇଥିଲା । ଏହାପରେ ବନବିଭାଗ ତତ୍କ୍ଷଣାତ ସ୍ୱତନ୍ତ୍ର ସ୍କୁଆଡ଼ ଦଳ ଗଠନ କରି ଶ୍ୟାମକୁମ ଲଜରେ ଚଢ଼ାଉକାରି କିଛି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମୁଦାୟ ୨ ଗୋଟି ବାଘ ଛଳ,୬ ଗୋଟି ମୋବାଇଲ ଫୋନ ସହିତ ୭ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ । ଅନ୍ୟପକ୍ଷରେ ନୂଆପଡା ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଘ ଛାଳ, ନଖ ମାଫିଆ ସକ୍ରିୟ ହେଉଥିବା ବେଳେ ବନ ବିଭାଗ ବନ୍ୟଜନ୍ତୁ ସୁରକ୍ଷା ଦେବାପାଇଁ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ