Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳ ଙ୍କୁ ଦୁଃଖ ବଖାଣିଲେ ଗୋପାଳପୁର ମତ୍ସ୍ୟଜୀବୀ।ସବୁଦିନିଆ ମୁହାଣ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବୀ

ଗୋପାଳପୁର,୧୧/୦୧ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ ରେ ଆସି ଗୋପାଳପୁର ଠାରେ ରାତ୍ରୀ ଯାପନ କରିଥିବା ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ସକାଳେ ଗୋପାଳପୁର ର ମତ୍ସ୍ୟଜୀବୀ ଙ୍କ ସହ ସେମାନଙ୍କ ଜୀବନଜୀବିକା ଓ ଅନ୍ୟାନ୍ୟ ଅଭାବ ଅସୁବିଧା ନେଇ ଆଲୋଚନା କରିବା ସହ ନିଜେ ମୁହାଣ ଅଞ୍ଚଳ କୁ ଯାଇ ମତ୍ସ୍ୟଜୀବୀ ଙ୍କ ସହ ଆଲୋଚନା କରିଥିଲେ।ସର୍କିଟ ହାଉସ୍ ପରିସରରେ ମତ୍ସ୍ୟଜୀବୀ ସମେତ ସେମାନଙ୍କ ନେତାଙ୍କ ସହ ଗୋପାଳପୁର ରେ ଅବସ୍ଥାନ କରୁଥିବା ମତ୍ସ୍ୟଜୀବୀ ମାନେ ବିଭିନ୍ନ ସମୟରେ ଭୋଗୁଥିବା ସମସ୍ୟା ନେଇ ଆଲୋଚନା କରିଥିଲେ।ଏହି ଅବସରରେ ମତ୍ସ୍ୟଜୀବୀ ମାନେ ମାଛଧରିବା,ମାଛ ବିକ୍ରୀ ସହ ଅନ୍ୟାନ୍ୟ ସରକାରୀ ସହାୟତାରୁ ବଞ୍ଚିତ ରହୁଥିବା ଅବଗତ କରାଇଥିଲେ। ବିଶେଷ କରି ଗୋପାଳପୁର ସମୁଦ୍ର କୁ ସଂଯୋଗ କରୁଥିବା ନଦୀ ମୁହାଣକୁ ସବୁ ଦିନିଆ ମୁହାଣ କରିବାକୁ ମତ୍ସ୍ୟଜୀବୀ ମାନେ ଦୀର୍ଘ ବର୍ଷ ଧରି ଦାବି ଜଣାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କାଲି ମଧ୍ୟରେ ଏହା ନିର୍ମାଣ ହୋଇ ଯିବ କହି ଲଲିପପ୍ ଧରାଉଥିବା ମତ୍ସ୍ୟଜୀବୀ ମାନେ ଅଭିଯୋଗ କରିଥିଲେ। ଯାହାଫଳରେ ଏଠାରେ ମାଛ ଧରୁଥିବା ପ୍ରାୟ ୧୦୦ ଡଙ୍ଗା କୁ ପ୍ରତିଦିନ ଲୋକଙ୍କ ସହାୟତା ରେ ନଦୀ ପଠାରୁ ଟେକି ଟେକି ସମୁଦ୍ର ଜଳରାଶି ପର୍ଯ୍ୟନ୍ତ ନେବାକୁ ପଡ଼ିଥାଏ ବୋଲି ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏଥି ସହ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କ ଗୋପାଳପୁର ଗସ୍ତ ସମୟରେ ୮୪ କୋଟି ବିନିମୟ ରେ ମୁହାଣ କାମ ତୁରନ୍ତ ଆରମ୍ଭ ହେବ ବୋଲି ବୋଲି କହିଥିଲେ ସୁଦ୍ଧା ଆଜି ଯାଏଁ କିଛି ହୋଇନଥିବା ମଧ୍ୟ ମତ୍ସ୍ୟଜୀବୀ ମାନେ ରାଜ୍ୟପାଳ ଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ବିଜେପି ନଗର ସଭାପତି ପଞ୍ଚୁ ବେହେରା, କାଉନସିଲର କେ କାଲେସୁ,ବି ରାମାରାଓ,ପି ସାତ୍ୟଲୁ,ଜି ନାରାୟଣା,ବି ଗୋପାଳ ସମେତ ଅନ୍ୟ ମତ୍ସ୍ୟଜୀବୀ ମାନେ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ