Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ପାଳିତ

ଖଡ଼ିଆଳ : ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଓ ରେଡକ୍ରସ୍ ତରଫରୁ ଶୁକ୍ରବାର ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ପାଳିତ ହୋଇଯାଇଛି । ଆଦର୍ଶ ସ୍ନାତକ ମହବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅକ୍ଷୟ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ମେଜର ଡଃ. ରାମଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରଫେସର୍ ଭୁବନେଶ୍ୱର ମୁଦୁଲି ଯୋଗ ଦେଇ ବିବେକାନନ୍ଦଙ୍କ ଆଦର୍ଶ ଓ ଯୁବ ସମାଜର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସ୍ମାର୍ଟ କ୍ଲାସ ଉଦ୍ଘାଟନ କରିଥିଲେ । ଭାଷଣ ପ୍ରତିଯୋଗିତା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏନଏସଏସ ଅଧିକାରୀ ସୁରେନ୍ଦ୍ର କଲେଟ ମଞ୍ଚ ପରିଚାଳନା କରିଥିବା ବେଳେ ରେଡକ୍ରସ ଅଧିକାରୀ ଅବିନାଶ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମଧବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖଡ଼ିଆଳ ଠାରେ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଶିକ୍ଷୟତ୍ରୀ ଗୀତାରାଣି ଯୋଶୀ ଯୋଗଦାନ କରିଥିଲେ।
ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ବିଦ୍ୟାଳୟର ଗୁରୁମା ଅଞ୍ଜଳି ବନଛୋର ଶିଶୁ ମାନଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ କହିଥିଲେ। ସୌମ୍ୟ ରଞ୍ଜନ ବିଶି ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ