Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

50 ଲକ୍ଷ ବ୍ୟୟରେ ହେବାକୁ ଥିବା ସ୍ବାସ୍ଥ୍ୟ କେନ୍ଦ୍ରର ଭୂମିପୂଜନ

ବରଗଡ଼ /ଅତାବିରା -ବରଗଡ଼ ବ୍ଲକ ତୋରା ଗ୍ରାମରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ହେବ। ଏ ନେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଶୁକ୍ରବାର ଭୂମି ପୂଜନ କରିଛନ୍ତି । ତୋରାଠାରେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ପାଇଁ ଅଞ୍ଚଳବାସୀ ବିଧାୟକ ଆଚାର୍ଯ୍ୟଙ୍କଠାରେ ବାରମ୍ବାର ଦାବି କରି ଆସୁଥିଲେ । ତେବେ ବିଧାୟକ ଜନ ସାଧାରଣଙ୍କ ଏହି ନ୍ୟାର୍ଯ୍ୟ ଦାବିକୁ ହୃଦୟଙ୍ଗମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ପାଇଁ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବା ପରେ ଅଞ୍ଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି l ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଆଚାର୍ଯ୍ୟ ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ଫଳରେ ଅଞ୍ଚଳବାସୀ ପ୍ରାଥମିକ ଚିକିତ୍ସା ଓ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ଜିଲା ପରିଷଦ ଉପାଧ୍ୟକ୍ଷ ମୋହନ ଲୁହା, ସ୍ଥାନୀୟ ସରପଞ୍ଚ ଦେବରାଜ ସାହୁ, ଜମୁର୍ଡା ସରପଞ୍ଚ ପଦ୍ମଲୋଚନ ପ୍ରଧାନ, ସୁରୁ ସାହୁ, ବଳରାମ ନନ୍ଦ, ସୁକାନ୍ତ ରାଉତ, ସୌରଙ୍ଗ ଧାରୁଆଙ୍କ ସମେତ ବହୁ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ