Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଯୁବକ ଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ମର୍ମାହତ

ବୀରମହାରାଜପୁର : (ସୌମିତ୍ରି ମେହେର)
ଦାଦନ ଯୁବକ ଅଚ୍ୟୁତ ନାଏକ ଙ୍କ ମୃତ୍ୟୁ ଖବର ପରିବାର ଲୋକେ ଶୁଣିବା ପରେ ମର୍ମାହତ ହୋଇ ପଡ଼ିଥିଲେ । ମୃତ ଦେହ କେମିତି ଆଣିବେ ଚିନ୍ତା ରେ ପଡିଗଲେ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ମୃତ ଦେହ ଘରୁ ଆଣିବାକୁ ଅସହାୟ ହୋଇପଡ଼ିଥିଲେ । ଏନେଇ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଙ୍କ ଦୃଷ୍ଟ ଆକର୍ଷଣ ହେବାରୁ ସେ ତତ୍କାଳ ପଦକ୍ଷେପ ନେଇଥିଲେ। ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ମୋ ପରିବାର ସହଯୋଗରେ ବାଙ୍ଗାଲୋର ରୁ ଫ୍ଲାଇଟ ରେ ଭୁବନେଶ୍ୱର ଅଣାଯାଇ ସେଠାରୁ ଏକ ଶବବlହକ ଗାଡ଼ିରେ ମୃତ ଦେହ ଗରିଆମୁଣ୍ଡା ଗ୍ରାମକୁ ଅଣାଯାଇଥିଲା। ପରିବାର ଲୋକେ ମୃତ ଦେହ ଘର କୁ ଆଣିବା ପରେ ପରିବାର ଲୋକେ ମୁଖ୍ୟ ମନ୍ତ୍ରୀ , ସ୍ଥାନୀୟ ବିଧାୟକ ଓ ପ୍ରଶାସନ କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ମୃତ ଦେହ ଘରକୁ ଆସିବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା , ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ରଞ୍ଜିତ ରଥ , ସ୍ଥାନୀୟ ସରପଞ୍ଚ ପ୍ରମୁଖ ମୃତକ ଙ୍କ ଘରୁ ଯାଇ ସମବେଦନା ପ୍ରଦାନ କରିବା ସହିତ ଆର୍ଥିକ ସହଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ