Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲେଜ ରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଶୁଭାରମ୍ଭ

ଲକ୍ଷ୍ମୀପୁର ୧୪/୦୧….ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜକ ଓ ଜଗନ୍ନାଥ ସଂସ୍କୃତି  ର ପ୍ରଚାର ପ୍ରସାର   ପରିପେକ୍ଷୀରେ ନୂଆ ଓ ସାହିତ୍ୟ ପ୍ରତି ଯୋଗିତାର  ର ଆୟୋଜନ ଲକ୍ଷ୍ମୀପୁର ମହା ବିଦ୍ୟାଳୟରେ ଶୁଭାରମ୍ଭ ହୋଇଯାଇଛି I ମହା ବିଦ୍ୟାଳୟର ଅଧ୍ୟକ୍ଷ  ବିଜୁ ମୁଦୁଲିଙ୍କ ସଭା ପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି  ଝିନ ହିକକା  ଓ ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ରଥ ଉପସ୍ଥିତ ରହି ସାହିତ୍ୟ ଭାସାର ମହତ୍ୱ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଆ ଙ୍କ ଭାଷା, ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଙ୍କ ଖାଦ୍ୟ ଚାଲି ଚୋଳନ କୁ ନେଇଁ ମହାବିଦ୍ୟାଳୟ ରେ ୧୨ଦିନ ଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ। କାର୍ଯ୍ୟକ୍ରମ ରେ ଅଧ୍ୟାପକ ମଧୁସୁଧନ ସାହୁ, ଅଧ୍ୟାପିକା ସନ୍ତୋଷିନୀ  ଦାସ, ମହିମାରାଣି ରାଜୁ ସମେତ ଆସିସ ହିକକା,ଓ ସମସ୍ତ କର୍ମଚାରି ମାନେ ଉପସ୍ଥିତ ରହିଥିଲେ Iନୋଡାଲ ଅଧିକାରିଣୀ ତିଳୋତମା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅଧ୍ୟାପକ  ଦୁର୍ଯ୍ୟୋଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ