ନୂଆଦିଲ୍ଲୀ: ରାମ ମନ୍ଦିର ଉଦଘାଟନକୁ ନେଇ ଅଯୋଧ୍ୟାରେ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ମଧ୍ୟ ମଙ୍ଗଳବାରଠୁ ଆରମ୍ଭ ହୋଇ ଯାଇଛି, ଯାହା ଜାନୁଆରୀ ୨୨ ପର୍ଯ୍ୟନ୍ତ ଚାଲିବ । ରାମ ମନ୍ଦିର ଅଭିଷେକ ସମାରୋହର ମୁଖ୍ୟ ଯଜମାନ ଅନିଲ ମିଶ୍ର ରହିବେ । ତାଙ୍କୁ ୧୦ ଭିନ୍ନ ଭିନ୍ନ ପ୍ରକାରରେ ସ୍ନାନ କରାଯିବ । ରାମ ମନ୍ଦିରର ବୈଦିକ ପୂଜାରୀ ସୁନୀଲ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଏହାର ସୂଚନା ଦେଇ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ସମାରୋହରେ ପାଖାପାଖି ୧୫୦ ବିଦ୍ୱାନ ଭାଗ ନେବେ । ଏହି ପ୍ରାର୍ଥନା ମଙ୍ଗଳବାର ଆରମ୍ଭ ହୋଇ ସାରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାମ ଲଲାଙ୍କ ମୂର୍ତିର ପ୍ରାଣ ପ୍ରତିଷ୍ଠା କରାଇବେ । ଏଥିପାଇଁ ସେ ୧୧ ଦିନ ଅନୁଷ୍ଠାନରେ ରହିବେ । ପ୍ରଧାନମନ୍ତ୍ରୀ ମୋଦୀ ୧୧ ଦିନ ଉପବାସରେ ରହିବେ । ଏହି ସମୟରେ ସେ ରୀତିନୀତି ପାଳନ କରିବେ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ତିନି ଦିନ ପୂର୍ବରୁ ପିଏମ ମୋଦୀ ଶଯ୍ୟାରେ ଶୋଇବେ ନାହିଁ । ଏହି ସମୟରେ କଠୋର ଉପବାସ କରିବେ ଏବଂ କେବଳ ଫଳ ଆହାର ସେବନ କରିବେ ।
ପ୍ରାଣ ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ଣ୍ଣ ବ୍ରତ ରଖିବେ । ଏହି ସମୟରେ ସ୍ୱତନ୍ତ୍ର ମନ୍ତ୍ର ଜପ କରିବେ । ଜଟାୟୁ ଏବଂ ମନ୍ଦିର ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନଙ୍କର ପୂଜା କରିବେ । ଏହା ସହିତ ପିଏମ ମୋଦୀ ମନ୍ଦିର ନିର୍ମାଣରେ ଯୋଗଦାନ ଦେଇଥିବା ଶ୍ରମିକଙ୍କୁ ମଧ୍ୟ ଭେଟିବେ ।
ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ, ଯେଉଁମାନେ ଜାନୁଆରୀ ୨୨ରେ ରାମ ମନ୍ଦିର ଅଭିଷେକ ସମାରୋହ ପାଇଁ ଅଯୋଧ୍ୟା ଆସିବାକୁ ଉତ୍ସୁକ, ସେମାନେ ନିଜ ସୁବିଧା ଅନୁସାରେ ପରେ ଆସିବା ଉଚିତ୍ । ଜାନୁଆରୀ ୨୨ରେ ପ୍ରତ୍ୟେକ ଲୋକଙ୍କ ପାଇଁ ଅଯୋଧ୍ୟା ଆସିବା ବହୁତ ମୁସ୍କିଲ । ରାମ ଭକ୍ତଙ୍କୁ ହାତ ଯୋଡି ମୋର ଅନୁରୋଧ ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାରୋହ ସମାପ୍ତ ପରେ ସେମାନେ ନିଜ ସୁବିଧାରେ ଜାନୁଆରୀ ୨୩ ପରେ ଅଯୋଧ୍ୟା ଆସି ପାରିବେ ।