Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳର ମେକାନିକ୍ ରାୟଗଡାରୁ ନିଖୋଜ; ଟନେଲ୍ କାମ ପାଇଁ ଆସୁଥିଲେ ଲକ୍ଷ୍ମୀପୁର

ଲକ୍ଷ୍ମୀପୁର: କୋରାପୁଟଠାରୁ ରାୟଗଡା କେଆର୍ ଲାଇନର ଦୋହରିକରଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହି କାର୍ଯ୍ୟରେ ଭାରତ ର ଅନେକ ରାଜ୍ୟ ତଥା ଭାରତ ବାହାରୁ ମଧ୍ୟ ଅନେକ ଶ୍ରମିକ ,ମେକାନିକ୍ ,ଇଞ୍ଜିନିୟର ଲକ୍ଷ୍ମୀପୁର ରେ ପହଞ୍ଚି ଟନେଲ୍ କାର୍ଯ୍ୟକରୁଛନ୍ତି। ଏପରି ସ୍ଥଳରେ ରେଳ ଲାଇନ ଦୋହରିକରଣ ସକାଶେ ନେପାଳ ରୁ ୫ଜଣ ବ୍ୟକ୍ତି ଗତ ୧୨ ତାରିଖରେ ବାହାରି ନେପାଳ ରୁ ବନାରସ ଓ ବାନମାଦ୍ ଦେଇ ରାୟଗଡାରେ ୧୫ ତାରିଖରେ ପହଞ୍ଚିଥିଲେ। ରାୟଗଡା ଷ୍ଟେସନ୍ ରେ ଓଲ୍ଲାଇ କୋରାପୁଟ ଟ୍ରେନ୍ ରେ ଆସିବାକୁ ଅପେକ୍ଷା କରି ରହିଥିବା ବେଳେ ଟ୍ରେନ୍ ର ସମୟ ଜାଣିନପାରି ରହିଯାଇଥିଲେ। ସେହି ସମୟ ମଧ୍ୟରେ ୫ଜଣ ଙ୍କ ମଧ୍ୟରୁ ତୋଡଲାଲ୍ ପୌଡେଲ ଓରଫ ରାମୁ ନାମକ ବ୍ୟକ୍ତି ଷ୍ଟେସନ୍ ରୁ ହିଁ ନିଖୋଜ ହୋଇଯାଇଥିବା ବେଳେ ଲୋକପ୍ରସାଦ ,ମଦନ ସାହି, ଲଳିତ୍ ବାମ୍ ,ଦିର୍ଘା ସାଇ ନାମକ ବ୍ୟକ୍ତି ବସ୍ ଯୋଗେ ଲକ୍ଷ୍ମୀପୁର ଆସି କାକିରିଗୁମା ନିକଟରେ ଥିବା ଏସଇଡବ୍ୟୁ ନାମକ କମ୍ପାନି କାର୍ଯ୍ୟରେ ଯୋଗଦେଇଥିଲେ। ସେପଟେ ପରିବାର ଲୋକେ ତୋଡଲାଲ୍ ପୌଡେଲ୍ ଙ୍କ ସମ୍ପର୍କରେ ଫୋନ୍ ରେ କଥା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମ୍ଭବ ହେଉନଥିବାରୁ ତାଙ୍କ ସହ ଆସିଥିବା ଅନ୍ୟ ଚାରିଜଣ ଙ୍କ ମଧ୍ୟରୁ ଜଣଙ୍କ ସହ ଫୋନ୍ ରେ କଥାବାର୍ତା ହୋଇ ତୋଡଲାଲ୍ ନିଖୋଜ ଥିବା ଜାଣି ପାରିଥିଲେ।

ନିଖୋଜ୍ ତୋଡଲାଲ୍ ପୌଡେଲ୍ ଙ୍କ ଘର ନେପାଳ୍ ର ବଙ୍କେଟ୍ ଜିଲ୍ଲା ଅନ୍ତର୍ଗତ କୋଲାପୁର ମୁନସିପାଲଟି ରେ ହୋଇଥିବା ବେଳେ ତାଙ୍କ ର ୨ ଭାଇ ଦିଲ୍ଲୀ ରେ ପହଞ୍ଚି ଭାରତରେ ଥିବା ନେପାଳ ର ଦୁତାବାସ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲେ। ନେପାଳ ଦୁତାବାସ ଓ ଭାରତୀୟ ଦୁତାବାସ ର ଅଧିକାରୀ ଉଭୟେ କଥାବାର୍ତା ହେବା ପରେ ସେମାନଙ୍କ ର କହିବା ଅନୁଯାୟୀ ମୋତିରାମ୍ ପୌଡେଲ୍ ଓ ଭଜରାଜ ପୌଡେଲ୍ ଦୁଇଭାଇ ଗତ ଦୁଇଦିନ ହେଲା ରାୟଗଡା ରେ ପହଞ୍ଚି ରେଳବାଇ ଥାନା ରେ ଯୋଗାଯୋଗ କରି ଅଭିଯୋଗ କରିବା ପରେ କାକିରିଗୁମା ଓ ଲକ୍ଷ୍ମୀପୁର ଥାନା କୁ ଜଣାଇଥିବା କହିଛନ୍ତି।

ଉଭୟ ଦୁଇଭାଇ ନିଖୋଜ ଥିବା ତୋଡଲାଲ୍ ଙ୍କ ଫୋଟ କୁ ଧରି ଲକ୍ଷ୍ମୀପୁର ,ଟିକିରି, କାକିରିଗୁମା ଅଞ୍ଚଳରେ ବୁଲି ବୁଲି ଖୋଜୁଛନ୍ତି।୧୫ ତାରିଖ ଦିନ ରାୟଗଡା ରେଳ ଷ୍ଟେସନ୍ ରେ ସିସିଟିଭି ରେ ମଧ୍ୟ ନିଖୋଜ ଥିବା ତୋଡଲାଲ୍ ବସିଥିବାର ଦୃଶ୍ୟ କତୃପକ୍ଷ ଦେଖାଇଥିବା ସେମାନେ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ଏକ ଟ୍ରେନ୍ ଆସିବା ପରେ ତୋଡଲାଲ୍ ଙ୍କ ପତା ନଥିଲା,ତେଣୁ ଅନ୍ୟ କୌଣସି ଟ୍ରେନ୍ ରେ ଚାଲି ଯାଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ୨୦ ଦିନରୁ ଊର୍ଦ୍ଧ୍ବ ଦିନ ହେଲା ନିଖୋଜ କୁ ନେଇ ଚିନ୍ତାରେ ପଡିଛନ୍ତି ପରିବାର ଲୋକେ।

ପ୍ରକାଶ ଥାଉକି ଲକ୍ଷ୍ମୀପୁର ବ୍ଲକରେ କେଆର୍ ରେଳ ଲାଇନ ଦୋହରିକରଣ ସକାଶେ ଭାରତର ବିଭିନ୍ନ ରାଜ୍ୟ ସହ ଦେଶ ବାହାରୁ ମଧ୍ୟ ଶ୍ରମିକ,ମେକାନିକ୍ ଇଞ୍ଜିନିୟର ମାନେ ଆସି କମ୍ପାନି ଗୁଡିକରେ କାମ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ କେଉଁ ମାନେ ଆସି କାମ କରୁଛନ୍ତି ତାହାର ହିସାବ କିତାବ ରଖି ନଥିବା ବେଳେ ସମ୍ପୃକ୍ତ କମ୍ପାନି ମାନେ ମଧ୍ୟ ତାଲିକା ପ୍ରଦାନ କରୁନାହାଁନ୍ତି। ଜିଲ୍ଲା ଶ୍ରମ ବିଭାଗ କୁ କୌଣସି ପ୍ରକାର ସୂଚନା କମ୍ପାନି ମାନଙ୍କ ତରଫରୁ ପ୍ରଦାନ କରାଯାଉ ନଥିବା କାରଣରୁ ଟନେଲ୍ କାର୍ଯ୍ୟ ଦୋହରି କରଣ ସମୟରେ କାହାର କିଛି ଅଘଟଣ ହେଲେ ସେମାନଙ୍କର ପରିଚୟ ମିଳିବା କଷ୍ଟକର ହେଉଥିବା ବେଳେ ଅଧିକାଂଶ ସମୟରେ ବିଳମ୍ବରେ ହସ୍ତାନ୍ତର ହୋଇଥାଏ। ଗତ କିଛି ମାସ ତଳେ ଏସଇଡବ୍ୟୁ କମ୍ପାନିର ଦୁଇ ଜଣ ବାହାର ରାଜ୍ୟର ଶ୍ରମିକଙ୍କ ଟନେଲ୍ କାମ ସମୟର ମୃତ୍ୟୁ ହୋଇଥିଲା…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ