Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଇଁଠାପାଲିରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର

ବରପାଲି: ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ବ୍ଳକ ଅଇଁଠାପାଲି ଗ୍ରାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶୁକ୍ରବାର ମୁଖ୍ୟ ଅତିଥି ଭାବରେ ଓଡିଶା ମୋ ପରିବାର ରାଜ୍ୟ ସଦସ୍ୟ ଓ ଜିଲ୍ଳା ଜୀବନ ବିନ୍ଦୁ ସଂଯୋଜକ ଗୌରହରି ମିଶ୍ର ଶିବିରକୁ ଉଦଘାଟନ ମାଧ୍ୟମରେ ଆୟୋଜକ ଏବଂ ରକ୍ତଦାତାମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଅଧିକାରୀ ,ସରପଞ୍ଚ ପ୍ରତିନିଧି ଦଶରଥ ବେହେରା,ଅରୁଣ ସାହୁ,ସୁବାସିଂ ବେହେରା,ଚଉବର୍ଗ ବିଶି,ନାରାୟଣ ସାହୁ,ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ସୁଜାତା ବେହେରାଙ୍କ ଦ୍ବାରା ଆୟୋଜିତ ସଚେତନତା ସଭା ପରିଚାଳିତ ହୋଇଥିଲା। ଶିବିର ସଂଯୋଜକ ଡିରେକ୍ଟର ବେହେରା ସୂଚନା ପ୍ରଦାନ ସହିତ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ୬ଯୋଡି ଡିରେକ୍ଟର ବେହେରା,ଜମୁନା ସେଠ,ସଂଜୀବ ପଧାନ,ଲଲିତା ପଧାନ,ସଂଦିପ ପଧାନ,ଖିରେଶ୍ବରୀ ପଧାନ,ସଚିଦାନନ୍ଦ ବେହେରା,ଯାଜ୍ଞସିନୀ ବେହେରା,ଛାୟାକାନ୍ତ ବରିହା,ଦେବକି ବରିହା,ମଗଶିର ଭୋଇ,ମୋହିନି ଭୋଇ ପ୍ରମୁଖ ରକ୍ତଦାତା ଦମ୍ପତ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଶିବିରରୁ ୩୨ ୟୁନିଟ ରକ୍ତ ସଂଗ୍ରହ ହେବା ସହିତ ଜିଲ୍ଳା ରେଡକ୍ରସ ସଂସ୍ଥାକୁ ପଠାଯାଇଥିଲା। ଶିବିର ପରିଚାଳନାରେ ସୁଶାନ୍ତ ବେହେରା, ମଘାନନ୍ଦ ପଧାନ, ନିର୍ମଳ ପଧାନ, ଛାୟାକାନ୍ତ ବରିହା, ହୃଷିକେଶ ସାହୁ, ସଂଜୀବ ପଧାନ, ଦିପାଜଂଳୀ ପଧାନ, ବିଳାସିନୀ ଭୋଇ, ରୋଜନି ସାହୁ,ବିଜଲି ଭୋଇ ସହାୟତା କରିଥିଲେ।