ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ବୁଧବାର ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟରେ ଭାଷା ସାହିତ୍ୟ ଉତ୍ସବକୁ ଅବସର ପ୍ରାପ୍ତ ତଥା ସ୍କୁଲ ର ପୁରାତନ ଛାତ୍ର ସଂଘ ସଭାପତି ଭୂଷଣ କୁମାର ପାତ୍ର ଓ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଉଦଘାଟନ କରିଥିଲେ l ପୂର୍ବତନ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ୍ ପରୁଆ ଓ ଗଣପତି ଆଦର୍ଶ ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷକ ଶାନ୍ତନୁ ମହାକୁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ I ଏ ଅବସରରେ ଛାତ୍ର ମାନେ ନିଜ ରଚିତ ମୋ କଥା , ମୋ କାହାଣୀ ପୁସ୍ତକ ପ୍ରଦର୍ଶନ କରିବା ସହିତ କୌଶଳୀ, କ୍ରୀଡାଙ୍ଗନ ଓ ଜିଜ୍ଞାସା କାର୍ଯ୍ୟକ୍ରମରେ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I ଦ୍ୱିତୀୟ ପର୍ଯ୍ୟାୟ ରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା l ସୋନପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ତରୁଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତାଭାବେ ଓଡ଼ିଆ ବିଭାଗର ମୁଖ୍ୟ ଡ. ସୌରଭ ରଞ୍ଜନ ଖମାରି ଯୋଗ ଦେଇଥିଲେ I ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ ଓ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସଦସ୍ୟ ଶାଶ୍ୱତ ତ୍ରିପାଠୀ, ପୂର୍ବତନ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ ପରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ I ଶିକ୍ଷକ ବୈକୁଣ୍ଠ ନାୟକ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏ ଅବସରରେ ମଞ୍ଚାସୀନ ଅତିଥି କୃତି ଛାତ୍ରଙ୍କୁ ପୁରସ୍କୃତ କରିଥିଲେ l ପରେ ଛାତ୍ର ମାନେ ସାଂସ୍କୁତିକ କାର୍ଯ୍ୟକ୍ରମ ରେ ନୃତ୍ୟ ଗୀତ ପରିବେଷଣ କରିଥିଲେ I
ବୀରମହାରାଜପୁର ହାଇସ୍କୁଲ ର ବାର୍ଷିକ ଉତ୍ସବ ପାଳିତ
