Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର,  ସୂର୍ଯ୍ୟଙ୍କ ଅସ୍ତ୍ରୋପଚାର ସଫଳ; ଏହି ଦିନ ପଡ଼ିଆକୁ ଫେରିବେ

ନୂଆଦିଲ୍ଲୀ: ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ୍‌ରେ ଧମାକାଦାର ବିଜୟ ହାସଲ କରିଛି। ଉଭୟ ବ୍ୟାଟିଂ ଓ  ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଭାରତ ଟି-୨୦ ବିଶ୍ଵକପ୍ ପୂର୍ବରୁ ନିଜର ଶେଷ ଟି-୨୦ ସିରିଜ୍ ଜିତିଛି। ମାତ୍ର ସିରିଜ୍ ଶେଷ  ହେବା ସହ ଭାରତୀୟ ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଭାରତୀୟ ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ଖୋଦ୍ ଟି-୨୦ ଫର୍ମାଟ୍‌ର ନମ୍ବର ଓ୍ଵାନ ବ୍ୟାଟର ଏହି ସୂଚନା ଦେଇଛନ୍ତି।

ଆହତ କାରଣରୁ ସୂର୍ଯ୍ୟ କୁମାର ଯାଦବ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ଖେଳି ପାରି ନ ଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କର  ଗୋଇଠିରେ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ଘରୋଇ କ୍ରିକେଟ୍ ମ୍ୟାଚ୍‌ରୁ ବଞ୍ଚିତ ହୋଇଛନ୍ତି। ପରେ ଜଣା ପଡ଼ିଲା ଯେ, ତାଙ୍କୁ ସ୍ପୋର୍ଟ୍ସ ହାର୍ନିଆ ହୋଇଛି। ଆଉ ଏହାର ଏବେ ଅସ୍ତ୍ରୋପଚାର କରାଇଛନ୍ତି ସୂର୍ଯ୍ୟକୁମାର।

ସୂର୍ଯ୍ୟ  ଜର୍ମାନୀରେ ଏହି ସର୍ଜରୀ କରାଇଛନ୍ତି। ଏଥିରୁ ସୁସ୍ଥ ହେବା ପାଇଁ ତାଙ୍କୁ ଅତି କମରେ ଗୋଟିଏ ମାସ ସମୟ ଲାଗିବ। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ସର୍ଜରୀ ସଫଳ ରହିଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ  ଜଣାଉଛି ଯେଉଁମାନେ ମୋର ସ୍ଵାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ମୁଁ ଶୀଘ୍ର ପଡିଆକୁ ଫେରିବି। ଆଇପିଏଲ୍ ସମୟରେ ସୂର୍ଯ୍ୟଙ୍କ ପଡ଼ିଆକୁ ଫେରିବାର ଆଶା କରାଯାଉଛି। ଭାରତର ଟି-୨୦ ବିଶ୍ଵକପ୍ ଅଭିଯାନରେ ସୂର୍ଯ୍ୟକୁମାର  ହେଉଛନ୍ତି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ