Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଳାର ମୋହନା ହିଲ୍ ଟପ୍ ମାଧ୍ଯମିକ ବିଦ୍ୟାଳୟରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨ ୦୨୪ ଉଦଘାଟନ

ପାରଳାଖେମୁଣ୍ଡି:୧୯/୧(ଗରୁଡ଼ ଧ୍ଵଜ ଚୌଧୁରୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ୍ ମାଧ୍ଯମିକ ବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଦ୍ବାରା ଆଡମ୍ବର ସହ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଶିବିରକୁ ମାଧ୍ଯମିକ ବିଦ୍ୟାଳୟର ଅଧ୍ୟକ୍ଷ ସିମାଞ୍ଚଳ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ବିଶିଷ୍ଟ ସାହିତିକ ଦ୍ବୟ ହେଲେ ଡ.ଶଶାଙ୍କ ଚନ୍ଦ୍ରଚୁଡ ଏବଂ ଡ. ଲକ୍ଷ୍ମୀ କାନ୍ତି ଦାସ ମୁଖ୍ୟବକ୍ତା ଓ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ସମ୍ମିଳନୀକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥ୍‌ ଭାବେ କଲେଜର ପୂର୍ବତନ ସମ୍ପାଦକ ଦଣ୍ଡାସି ସାହୁ ଓ ମଧୁସୁଦନ ପାଢୀ ଓ ମାସଲ ନାୟକ ଏବଂ ଏହି ସମ୍ମିଳନୀରେ ଅଞ୍ଚଳର ବହୁ ବିଶିଷ୍ଟ ଅତିଥ୍‌ ମାନେ ଯୋଗ ଦେଇଥିଲେ ।