Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯାତ୍ରାଟିକିରା ହାଇସ୍କୁଲର ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ

ବରପାଲି: ବରପାଲି ବ୍ଳକ ଖେମେଶରା ଯାତ୍ରଟିକିରା ଉଚ୍ଚ ବିଦ୍ୟାଳୟର ତ୍ରିଦିବସୀୟ ରଜତ ଜୟନ୍ତୀ ପ୍ରତିଷ୍ଠା ଉତ୍ସବ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ରାଜ୍ୟ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ମଶାଲ ସ୍ଥାପନ ଓ ପ୍ରଦୀପ ପ୍ରଜ୍ବଳନ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷା ରିନା ଥଇତ, ଧର୍ମପ୍ରାଣ ସମାଜସେବୀ ମୋତିଲାଲ ଅଗ୍ରୱାଲା, ସରପଞ୍ଚ ରାଜିବ ବାରିକ ପ୍ରମୁଖ ମଞ୍ଚସୀନ ହୋଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ। ପୁର୍ବରୁ ସ୍କୁଲ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରିଚାଳନାରେ ବିଦ୍ୟାଳୟ କମିଟି ସହ ସ୍କୁଲର ସହକର୍ମୀ ମାନେ ସହଯୋଗ କରିଥିଲେ। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।