Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତଲମାରେ ରକ୍ତଦାନ ଓ କର୍ମଶାଳା ଶିବିର

ବରପାଲି: ବରପାଲି ବ୍ଲକ ସତଲମା ଗାଁରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଏବଂ “ଗ୍ରାମାଞ୍ଚଳ ରେ ରକ୍ତଦାନର ଆବଶ୍ୟକତା” ଶୀର୍ଷକକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପୁର୍ବତନ ଶ୍ରମମନ୍ତ୍ରୀ ତଥା ବିଧାୟକ ଭଟଲି ସୁଶାନ୍ତ ସିଂହ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଉପଦେଷ୍ଟା ନାରାୟଣ ସାହୁ,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ଗତିକୃଷ୍ଣ ମିଶ୍ର, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଓଡ଼ିଶା ମୋ ପରିବାର ସଦସ୍ୟ ଗୌର ହରି ମିଶ୍ର,ବରିଷ୍ଠ ବିଜେଡି ନେତା ଜମିଦାର ଲାଲ ବିକ୍ରମ ସିଂହଦେଓ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ଅନନ୍ତ ସେଠ୍, ବରପାଲି ସମବାୟ ସମିତି ସଭାପତି ଗୁରୁ ମେହେର,ଆଗଲପୁର ସମବାୟ ସମିତି ସଭାପତି ବିରୋସେନ୍ ସାହୁ,କୁମ୍ଭାରି ସମବାୟ ସମିତି ସଭାପତି ପ୍ରଫୁଲ୍ଲ ଭୋଇ, ସତଲମା ସରପଞ୍ଚଙ୍କ ସମେତ ବିଭିନ୍ନ ପଚାଂୟତ ସରପଞ୍ଚ ପ୍ରତିନିଧି ମାନେ ଯୋଗଦେଇ ରକ୍ତଦାତା ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଆମନ୍ତ୍ରିତ ଅତିଥି ମାନଙ୍କୁ ଆୟୋଜକ ମାନେ ସ୍ଵାଗତ ଜଣାଇବା ସହ ଏକ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରିଥିଲେ। ଆୟୋଜିତ କର୍ମଶାଳା କାର୍ଯ୍ୟକ୍ରମ ସମ୍ପଣ୍ଣ ପରେ ରକ୍ତଦାନ ପର୍ବ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ,ବିଜୁ ଯୁବ ଜନତା ଦଳ ତଥା ସତଲମା ପଞ୍ଚାୟତ ଯୁବବନ୍ଧୁ ମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଶିବିରରୁ ସଂଗୃହିତ ହୋଇଥିବା ରକ୍ତ ବୁର୍ଲା ରେଡକ୍ରସ ରକ୍ତ ଭଣ୍ଡାରକୁ ପଠାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ