Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନିକା ନାଥଙ୍କୁ ମିଳିଲା ରାଉରକେଲା ଏନ୍ଆଇଟିରୁ ସ୍ଵର୍ଣ୍ଣ ପଦକ

ସମ୍ବଲପୁର :ନିଜର ଅଧ୍ୟବସାୟ ହିଁ ଜୀବନର ସଫଳତାର ପାହାଚ। ଏଭଳି ସଫଳତା ଆଣିଛନ୍ତି ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡପାଲି ଗ୍ରାମର ସୋନିକା ନାଥ। ରାଉରକେଲା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିରୁ ବେଷ୍ଟ ପିଜି ଏମବିଏ ପାଇଁ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଗୌରବ ଏନ୍ଆଇଟିରେ କୋଲ୍ ଇଣ୍ଡିଆର ସିଏମଡି ପୋଲାଭରପୁ ମଲ୍ଲିକାର୍ଜୁନ ପ୍ରସାଦଙ୍କ କରକମଳରୁ ପାଇଥିଲେ। ସୁଶ୍ରୀ ସୋନିକା ଏହି ପଦକ ହାସଲ କରି କୁଲୁଣ୍ଡି ଗ୍ରାମପଞ୍ଚାୟତ, ଜମନକିରା ବ୍ଲକ ତଥା ସାରା ସମ୍ବଲପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେ ଏମବିଏ ପଢ଼ିବା ପୂର୍ବରୁ ଗୁଣପୁର ଜିଆଇଇଟି ଅନୁଷ୍ଠାନରୁ ବିବିଏ ପାଠ ପଢିସାରିଛନ୍ତି।ତାଙ୍କର ସ୍କୁଲ କ୍ୟାରିଅର ସମ୍ୱଲପୁର ଧନୁପାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସମାପନ ହୋଇଥିଲା। ସୁଶ୍ରୀ ସୋନିକା ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡପାଲି ଗ୍ରାମର ଗୌନ୍ତିଆ ପରିବାରର ସ୍ବର୍ଗତ ଦିଲୀପ କୁମାର ନାଥ ଓ ନମ୍ରତା ନାଥଙ୍କ ଏକ ମାତ୍ର କନ୍ୟା ଅଟନ୍ତି।ସୋନିକାଙ୍କ ଭାଇ ମଧ୍ୟ ଜଣେ ମେଧାବୀ ଛାତ୍ର । ସୋନିକାଙ୍କ ଏହି ସଫଳତା ପାଇଁ ସମଗ୍ର ଅଞ୍ଚଳରୁ ତାଙ୍କୁ କୃତଜ୍ଞତାର ସୂଅ ଛୁଟୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ