Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଯୋଧ୍ୟାରେ ପହଂଚିଲେ ପିଏମ ମୋଦୀ, ୧୨ଟା୫ରୁ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା

ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର କିଛି ସମୟ ବାକି ରହିଛି । ଏହା ପୂର୍ବରୁ ଜାନୁଆରୀ ୧୬ରୁ ରୀତି ନୀତି ଆରମ୍ଭ ହୋଇ ଯାଇଥିଲା, ଯାହା ରବିବାର ରାତି ପର୍ଯ୍ୟନ୍ତ ଜାରି ରହିଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ପହଂଚି ସାରିଛନ୍ତି । ତାଙ୍କ କରକମଳରେ ଶୁଭ ମୁହୂର୍ତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ଭିତରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।

କାର୍ଯ୍ୟକ୍ରମର ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ନିର୍ଦ୍ଧାରିତ ସମୟ ୧୧ଟାରେ ପିଏମ ମୋଦୀ ମନ୍ଦିର ପହଂଚିଛନ୍ତି । ଏହା ପରେ ୧୨ଟା ୫ ମିନିଟରୁ ୧୨ଟା ୫୫ ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ । ନିମନ୍ତ୍ରିତ ଅତିଥିମାନଙ୍କ ଅଯୋଧ୍ୟା ଆଗମନ ହେବାରେ ଲାଗିଛି । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ମଧ୍ୟ ଅଯୋଧ୍ୟା ପହଂଚି ସାରିଛନ୍ତି । ପ୍ରାଣ ପ୍ରତିଷ୍ଠା ସମୟରେ ଭାଗବତ ମନ୍ଦିରର ଗର୍ଭଗୃହରେ ଉପସ୍ଥିତ ରହିବେ । ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମନଗରୀରେ ପହଂଚି ସାରିଛନ୍ତି ।

ବିରାଟ କୋହଲି, ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ଭେଙ୍କଟେଶ ପ୍ରସାଦ, ଏମଏସ ଧୋନୀ, ଆର ଅଶ୍ୱିନ, ମିଥାଲି ରାଜ ଅଯୋଧ୍ୟା ପହଂଚିଛନ୍ତି । ସେହିପରି ସିନେ ଜଗତରୁ ରଜନୀକାନ୍ତ, ଅମିତାଭ ବଚ୍ଚନ, ଅନୁପମ ଖେର, କଙ୍ଗନା ରଣାୱତ, ବିବେକ ଅବରୟ, ଶେଫାଳି ଶାହ, ରଣଦୀପ ହୁଡ୍ଡା, ରଣବୀର କପୁର, ଆଲିଆ ଭଟ୍ଟ, ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରଫ, ଭିକ୍କି କୌଶଲ, କ୍ୟାଟ୍ରିନ କୈଫ, ଅକ୍ଷୟ କୁମାର, ଚିରଞ୍ଜିବୀ, ଅଜୟ ଦେବଗନ, ରାମଚରଣ, ସନି ଦେଓଲ ମଧ୍ୟ ରାମନଗରୀରେ ପହଂଚି ସାରିଛନ୍ତି । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଆଗମନ ଘଟିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ