Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପ୍ଳବୀ ସଂଗ୍ରାମୀ ସୁଭାଷ ବୋଷଙ୍କ ୧୨୭ ତମ ଜୟନ୍ତୀ ପାଳିତ ଗାନ୍ଧୀନଗର ଛକ ସ୍ଥିତ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ପାରଳାଖେମୁଣ୍ଡି:୨୩/୧(ଗରୁଡ଼ ଧ୍ୱଜ ଚୌଧୁରୀ)ବିଶିଷ୍ଟ ଜାତୀୟବାଦୀ ରାଜନେତା ତଥା ମହାନ ବିପ୍ଲବୀ ସ୍ଵାଧୀନତା ସଂଗ୍ରାମୀ ଓଡ଼ିଆ ସ୍ଵାଭିମାନର ପ୍ରତୀକ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗାନ୍ଧିନଗର ଛକସ୍ଥିତ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ବରିଷ୍ଠ ନାଗରିକମାନଙ୍କ ଦ୍ଵାରା ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ରବି ରଥ ତାଙ୍କ ଭାଷଣରେ ବର୍ତ୍ତମାନ ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ ସାଲିସ ବିହୀନ ନେତୃତ୍ଵ ସୃଷ୍ଟି ହୋଇପାରିଲେ ନେତାଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ଶ୍ରୀ ରଥ କହିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଜାତୀୟ ବୀର ଭାବେ ବର୍ଣ୍ଣନା କରି ଏକ ନୂତନ ସମୃଦ୍ଧ ଓ ଶକ୍ତିଶାଳୀ ଗଣତନ୍ତ୍ର ଦେଶ ଗଠନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।ଶିକ୍ଷାବିତ୍‌‍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁଧୀର ରାଉତ, ରାଜେନ୍ଦ୍ର ପଣ୍ଡା, ସମାଜସେବୀ ବଂଶୀଧର ଭୂୟାଁ, ଆଡ଼ଭୋକେଟ ଶିବ ପ୍ରସାଦ ମିଶ୍ର, କବିରାଜ ସାହୁ, ସୁରେନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଯୋଗଦେଇ ନେତାଜୀଙ୍କ ସ୍ଵାଧୀନତା ସଂଗ୍ରାମର ଇତିହାସ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲେଚନା କରାଯାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories