Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ରେ *ମୋ କଥା* *ମୋ କାହାଣୀ* କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୩/୦୧(ଗରୁଡ଼ ଧ୍ୱଜ ଚୌଧୁରୀ) ବିଦ୍ୟାଳୟ ପରିସରରେ ମୋ କଥା ମୋ କାହାଣୀ ପାଳନ ଅବସରରେ “ପୁସ୍ତକ ମେଳା”ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଇ ଜୟନ୍ତୀ ଉତ୍ସବ ପାଳନ ହୋଇସାରିଛି।ଆଗାମୀ ଫେବୃଆରୀ ୩ରୁ୫ ହେବାକୁଥିବା ବିଶ୍ଵ ଓଡିଆଭାଷା ଦିବସ କୁ ଆଖି ଆଗରେ ରଖି *ମା ମାଟି ମାତୃଭାଷାକୁ* ସୁରକ୍ଷା ଦେବା ସଂଗେ ନିଜ ଶିକ୍ଷା ସହ ଭାଷା ସାହିତ୍ୟ ଓ ସୃଜନଶୀଳତାକୁ ସମ୍ମାନର ସହ ସାଧନା ଅବ୍ୟାହତ ରଖିବାପାଇଁ ଉପସ୍ଥିତ ନିମନ୍ତ୍ରିତ ଅତିଥି ଗଣ ଉଦବୋଧନ ଦେଇଥିଲେ।ଶିକ୍ଷକ ରାମ ଶଙ୍କର ଗନ୍ତାୟତ , ଶିକ୍ଷିକା ସୁଭଲକ୍ଷ୍ମୀ ଦାସ ପ୍ରାକ୍ ସୂଚନା ଏବଂ ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁସ୍ତକ ମେଳା ଓ ସଭାକାର୍ଯ୍ୟ କ୍ରମରେ ମୁଖ୍ୟଅତିଥି ଭାବେ ସାହିତିକ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ,ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଦାଶ,ମୋ ‘ ବିଦ୍ୟାଳୟ ଜିଲ୍ଲା ସଂଯୋଜକ ଅଶୋକ କୁମାର ସିଂ,ସମ୍ମାନିତ ଅତିଥି ପୁରାତନ ଛାତ୍ର ଭାଗବତ ପାଢ଼ୀ,ସୂର୍ଯ୍ୟନାରାୟଣ ରାଜଗୁରୁ,ନିମାଇପାତ୍ର, ବିଜୟଲକ୍ଷ୍ମୀ ଦାଶ ଯୋଗଦେଇ ପିଲାମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ସଭା ପରେ ପିଲାମାନେ ନୃତ୍ୟ ,ସଙ୍ଗୀତ ପରିବେଷଣ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।ଶେଷରେ ଜି. ଶ୍ରୀଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories