Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି କ୍ୟାବିନେଟ୍‌ ବୈଠକ; ୧୦ଟି ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ପ୍ରାୟ ୧୦ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର। ଅପରାହ୍ନ ୧ଟା ୩୦ରେ ବସିବ ବୈଠକ। ଏହି ଗୁରୁତ୍ବପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ଥିବାରୁ ସେଠାରୁ ଭର୍ଚ୍ଚୁଆଲ ମୋଡରେ ବୈଠକରେ ଅଧ୍ୟକ୍ଷତା କରିବେ।

ଏହି ବୈଠକରେ ରାଜ୍ୟରେ ପୁଞ୍ଜିନିବେଶ ନେଇ କିଛି କମ୍ପାନୀର ଆବେଦନକୁ ମଞ୍ଜୁରୀ, କିଛି ନୀତିଗତ ନିଷ୍ପତ୍ତି ଉପରେ ମୋହର ଲାଗିପାରେ ବୋଲି ଜଣାପଡ଼ିଛି। ତେବେ ବୈଠକର ଏଜେଣ୍ଡା ସମ୍ପର୍କରେ କିଛି ବିଧିବଦ୍ଧ ସୂଚନା ମିଳିନାହିଁ।