ଏଣିକି ସବୁ ଗାଡିରେ ପାନିକ୍‌ ବଟନ ବଧ୍ୟତାମୂଳକ; ୧ରୁ ନିୟମ ଲାଗୁ


ଭୁବନେଶ୍ୱର: ଜୁନ ୧ ତାରିଖରୁ ସବୁ ଗାଡିରେ ଲାଗିବ ପାନିକ୍‌ ବଟନ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଣିକି ଜୁନ୍‌ ୧ରୁ ଗାଡିରେ ଲାଗିବ ପାନିକ ବଟନ ଏବଂ ଏହା ବଧ୍ୟତାମୂଳକ କରାଯିବ । ଜୁନ ୧ ତାରିଖରୁ ଏହି ନିୟମକୁ କଡାକଡି କରାଯିବ।

ଗାଡ଼ି ଭିତରେ ଅସଦାଚରଣ, ଅପହରଣ ପରି ଘଟଣାମାନ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀବାହୀ  ଏବଂ ମାଲବାହୀ ଗାଡିରେ ପାନିକ ବଟନ ଲଗାଇବା ବାଧ୍ୟତାମୂଳକ କରାଯିବ । ଏହାବ୍ୟତୀତ ଗାଡି ଚୋରି ରୋକିବା, ଗାଡିକୁ ଟ୍ରାକ କରିବା, ଗାଡିର ବେଗ ଜାଣିବା ପାଇଁ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ସମସ୍ତ ଯାତ୍ରୀବାହୀ ବସ, ସ୍କୁଲବସ, କାର, ମିନି ବସ୍, ଟ୍ରକ, ଲରି, ମିନି ଟ୍ରକ ସବୁଥିରେ ଏହି ଡିଭାଇସ ଲଗାଯିବ । ଏହି ବଟନ ଡ୍ରାଇଭର ସିଟ ଓ ପଛ ଡୋରରେ ଲାଗିବ । ଫଳରେ ଯାତ୍ରୀ କିଛି ବି ଅସୁବିଧା ଅନୁଭବ କଲେ ଏହାକୁ ପ୍ରେସ୍‌ କରିବେ। ଏହାକୁ ପ୍ରେସ୍‌ କଲେ ଏକ ସାଇରନ ବାଜିବ। ଯାହାର ସିଧାସଳଖ ସଂଯୋଗ କଣ୍ଟ୍ରୋଲ ରୁମ ସହ ରହିଛି । ସାଇରନ ବାଜିବା କ୍ଷଣି କଣ୍ଟ୍ରୋଲ ରୁମରେ ଥିବା କମ୍ପ୍ୟୁଟରରେ ଦେଖାଯିବ । ଏହାଦ୍ୱାରା ଗାଡ଼ିକୁ ଟ୍ରାକ କରାଯାଇପାରିବ। ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟ କରିପାରିବ।