Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ଠାରେ ୭୫ ତମ ସାଧାରଣତନ୍ତ୍ର ଦିଵସ ପାଳିତ।

କୋକସରା:୨୭/୧/୨୪
ଧର୍ମଗଡ଼ ଠାରେ ୭୫ ତମ ସାଧାରଣତନ୍ତ୍ର ଦିଵସ ମହାସମାରୋହରେ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରଓ୍ଵାନ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଉପଖଣ୍ଡ ସ୍ତରୀୟ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିଵସ ର ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିଵସ ର ତାତ୍ପର୍ଯ୍ୟ ଵିଷୟ ରେ ଆଲୋକ ପାତ କରି ଅଞ୍ଚଳ ରେ ହେଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ପାଇଁ ସମସ୍ତ ଙ୍କ ର ସହଯୋଗ କାମନା କରିଥିଲେ। ଅନୁଷ୍ଠିତ ମିଳିତ ପ୍ୟାରେଡ ରେ ସହରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ। ୭୫ ତମ ସାଧାରଣତନ୍ତ୍ର ପାଳନ ଅଵସର ରେ ସମାସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ଵଦ୍ଧନା ଦିଆଯାଇଥିଲା। ଧର୍ମଗଡ଼ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରଓ୍ଵାନ ଶ୍ରୀ ଅଗ୍ରୱାଲଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ମାଧବ ଲହଜଳ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ତହସିଲଦାର ସିମାଞ୍ଚଳ କୁମାର ସାମନ୍ତରାୟ, ସହ ଜିଲ୍ଲାପାଳ ଅଜିତ କୁମାର ଶଵର, ଚିତ୍ତରଞ୍ଜନ ମଳ୍ଳିକ, ଧରଣୀଧର ଵେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡା, ହିମାଞ୍ଚଲ ମାଝୀ ଉପଖଣ୍ଡ ଅଧିକାରୀ ଧିରଜ କୁମାର ଚୋପଦା, ଥାନା ଅଧିକାରୀ ଦାମୋଦର ଵିହାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories