Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବିଂଶ ତମ ବାର୍ଷିକ ବାର୍ଷିକ ଉତ୍ସବ ,

ବେଲଗୁଣ୍ଠା-୨୭/୧-ବେଲଗୁଣ୍ଠା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୨୦ ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବିଶିଷ୍ଟ ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ବ୍ରହ୍ମପୁର ସଙ୍ଘର ପୁର୍ଣ୍ଣଚନ୍ଦ୍ର ମହାରଣା,ସୋରଡା ରୁ ତ୍ରିନାଥ ଗୌଡ଼, କେଦାରନାଥ ବେହେରା, ଦିବ୍ୟସିଂହ ପଣ୍ଡା
ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ବିଧାୟକ ଶ୍ରୀ ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ମହାପ୍ରଭୁ ଜଗନ୍ନାଥ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଦ୍ୱିବଙ୍ଗତ କିଛି ବରିଷ୍ଠ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପୁର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ସଂଘ ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଣିଗ୍ରାହୀ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଅବସରପ୍ରାପ୍ତ ପ୍ରାପ୍ତ କର୍ମଚାରୀ ମାନେ ମୋର ପିତା ସମାନ ସେମାନେ ଶୁଭାଶିଷ ରେ ମୁଁ ଆଜି ୩ ଥର ବିଧାୟକ ବୋଲି ଭାବି ବିହ୍ବଳତା ପୁର୍ବକ ଅଭିହିତ କରି ଆଗମୀ ଦିନରେ ସଙ୍ଘର ବିଭିନ୍ନ ପ୍ରକାରର ବିକାଶରେ ତାଙ୍କ ସହଯୋଗ ଜାରି ରହିବ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସମସ୍ତ ସଦସ୍ୟ ବ୍ୟଞ୍ଜନ ହେଲେ ମଧ୍ୟ ସେମାନଙ୍କ ଯୁବସୁଲଭ ଗୁଣ,ପରକାଷ୍ଠା ତଥା ପରିଣତ ବୟସରେ ମଧ୍ୟ ଏ ପରି କାର୍ଯ୍ୟକ୍ରମ କରିବାର ସ୍ପ୍ରୁହା ନିଶ୍ଚିତ ଭାବେ ସମାଜରେ ଉଦାହରଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ତତ୍ ସଙ୍ଗେ ସଙ୍ଗେ ୮୦ ବର୍ଷ ବୟସ ଅତିକ୍ରାନ୍ତ କରିଥିବା ସଂଘର ସଦସ୍ୟଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା ।
ସଙ୍ଘରେ ଯୋଗଦାନ କରିଥିବା ନୂତନ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ସଙ୍ଘ କୁ ସ୍ୱାଗତ କରାଯାଇଥିଲା ।ଏହି ଅବସରରେ ଅଞ୍ଚଳର ଖବର ପ୍ରସାରଣ କରି ରାଜ୍ୟ ତଥା ରାଜ୍ୟ ବାହାରର କୋଣ ଅନୁକୋଣରେ ବେଲଗୁଣ୍ଠା ଖବର ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଙ୍ଘ ତରଫରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି କୈଳାସ ଚନ୍ଦ୍ର ପାତ୍ର, ସମ୍ପାଦକ ବିଜୟ କୁମାର ସାମଲ,ଯୁଗ୍ମ ସମ୍ପାଦକ ବନମାଳୀ ମହାରଣା,କୋଷାଧ୍ୟକ୍ଷ ଅଶୋକ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ଓ ଜିଲ୍ଲା ସ୍ତରୀୟ ସଙ୍ଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ