Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠା ବ୍ଲକ ରେ ମହା ସମାରୋହରେ ପାଳିତ ହେଲା 75 ତମ ସାଧାରଣତନ୍ତ୍ର ଦିବସ

ବେଲଗୁଣ୍ଠା,27/01, ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷାନୁଷ୍ଠାନ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ସାମାଜିକ ଅନୁଷ୍ଠାନରେ 75 ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହାଇସ୍କୁଲ୍ ପଡ଼ିଆରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ I ଏଠାରେ ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପରେଡ୍ ରେ ଭାଗ ନେଇଥିଲେ I ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ସେଠାରେ ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ,ନଗରପାଳ ଫିରୋଜ ସେଠୀ,ପୂର୍ବତନ ନଗରପାଳ ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ରନାଥ ମହାପାତ୍ର,କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର, ଆଇନଜୀବୀ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ I ସେହିପରି ଏନ୍ଏସି କାର୍ଯ୍ୟାଳୟରେ ନଗରପାଳ ଫିରୋଜ ସେଠୀ ଏବଂ ପ୍ରେସକ୍ଲବ ଠାରେ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପତାକା ଉତ୍ତୋଳନ କରିଥିଲେ I ପ୍ରେସକ୍ଲବ କ୍ଳବ୍ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ସହସମ୍ପାଦକ ସରୋଜ ଶତପଥୀ,ସଦସ୍ୟ ସଚିନ୍ ପୁରୋହିତ, ସୁଶାନ୍ତ କୁମାର ବେହେରା, ଚନ୍ଦନ ସାହୁ, ସୁରେଶ ସୁବୁଦ୍ଧି, ତୋଫାନ କୁମାର ସାହୁ ,ସଦାଶିବ ପାଣିଗ୍ରାହୀ
ପ୍ରମୁଖ ଉପସ୍ଥିତ ଥିଲେ I ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟ ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନାରେ ଥାନା ଅଧିକାରୀ ବନ ବିହାରୀ ପ୍ରଧାନ,ପ୍ରାଣୀ ଚିକିତ୍ସାଳୟରେ ବିଭିଓ ଡାକ୍ତର କାର୍ତ୍ତିକ ସାହୁ,ରାସ୍ତାଘାଟ ଓ କୋଠାବାଡ଼ି କାର୍ଯ୍ୟାଳୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରକାଶ ବାରିକ, ବନ ବିଭାଗ କାର୍ଯ୍ୟାଳୟରେ ବନପାଳ ଶରତ ମହାନ୍ତି, ପୁରୁଣା ଉଢୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର, ବିଦୂତ ବିଭାଗରେ ଏସଡିଓ ଏସ କେ ପଟନାୟକ, ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ନୀଳମଣି ବିଷୋୟୀ, ବନ ବିଭାଗ କାର୍ଯ୍ୟାଳୟରେ ବନପାଳ ଜୀବନାନନ୍ଦ ତ୍ରୀପାଠୀ,ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ଅବିନାଶ ସାହୁ, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ,ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍, ଗୋବରା ପ୍ରଫୁଲ୍ଲ କୁମାରୀ ମହାବିଦ୍ୟଳୟରେ ଅଧ୍ୟକ୍ଷା ମାମା ପରିଡ଼ା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ,ବିଶ୍ୱଭାରତୀରେ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ,କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ, ଖଇରପୁଟି ପଂଚାୟତରେ ସରପଞ୍ଚ ସତ୍ୟବାନ ସ୍ଵାଇଁ, ଗାଙ୍ଗପୁର ପଂଚାୟତରେ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ବେଣୀପଲ୍ଲୀ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଦୁର୍ଗାମାଧବ ନାୟକ,ବଡ଼ ବୋର୍ସିଂଗ୍ ପଂଚାୟତରେ ସରପଞ୍ଚ ରାମେଶ୍ୱର ପାତ୍ର,ପାଇଲିପଡ଼ା ପଂଚାୟତରେ ସରପଞ୍ଚ ଜୟରାମ ନାୟକ,ନେଟଙ୍ଗା ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ସୁପ୍ରଭା ଗୌଡ଼, ସେବା ସମବାୟ ସମିତିରେ ସଭାପତି ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ I