ଗୋପାଳପୁର ବେଳାଭୂମି ମହୋତ୍ସବ।ଉଠା ଦୋକାନୀଙ୍କ ଠାରୁ ମନ ଇଚ୍ଛା ଟ୍ୟାକ୍ସ ଆଦାୟ ଅଭିଯୋଗ।ଶୌଚାଳୟ ରେ ପାଣିର ଅଭାବ।


ଗୋପାଳପୁର,୨୭/୦୧
ପ୍ରଶାସନ ପକ୍ଷରୁ ଗତ ୨୫ ତାରିଖରୁ ଚାରି ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜିତ ହୋଇ ଆସୁଛି। ମହୋତ୍ସବ କୁ ଉପଭୋଗ କରିବାକୁ ସ୍ଥାନୀୟ ଅଞ୍ଚଳ ସମେତ ବାହର ଅଞ୍ଚଳ ର ହଜାର ପର୍ଯ୍ୟଟକ ସମେତ ବେପାରୀ ମାନେ ଏଠାକୁ ଆସିଥାନ୍ତି। କିନ୍ତୁ ସ୍ଥାନୀୟ ଏନ ଏ ସି ପ୍ରଶାସନ ପକ୍ଷରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ସମେତ ଛୋଟ ବେପାରୀଙ୍କୁ ଅଧିକ ଖର୍ଚ୍ଚାନ୍ତ କରିବାକୁ ଏକ ସୁଚିନ୍ତିତ ଯୋଗାଡ଼ ପ୍ରସୃତ କରା ଯାଇଛି, ଯାହାକୁ ନେଇ ପର୍ଯ୍ୟଟକ ସମେତ ବେପାରୀ ମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ପ୍ରତିବର୍ଷ ମହୋତ୍ସବ ଆୟୋଜନ ପୂର୍ବରୁ ମହୋତ୍ସବ କୁ ଆସୁଥିବା ପକ୍ଷୀମାନଙ୍କ ଠାରୁ ଗାଡି ପାର୍କିଂ ନାଁ ରେ ଫିସ ଆଦାୟ‌ କରା ଯାଇଥାଏ। ଚଳିତ ବର୍ଷ ମଧ୍ୟ ଏନ ଏ ସି ପକ୍ଷରୁ ପାର୍କିଂ ପାଇଁ ବିନା ଟେଣ୍ଡର ରେ ଜୈନିକ ବ୍ୟକ୍ତି ଙ୍କୁ ୧.୮୦ ଲକ୍ଷ ଟଙ୍କା ରେ ଟେଣ୍ଡର ପ୍ରଦାନ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ଦେଖା ଦେଇଥିଲା। ଚଳିତ ବର୍ଷ ପାର୍କିଂ ଲିଜ ନେଇଥିବା ବ୍ୟକ୍ତି ଙ୍କ ପକ୍ଷରୁ ମୋଟରସାଇକେଲ ପିଛା ୨୦ ଟଙ୍କା,ଅଟୋ ପାଇଁ ୪୦ ଓ କାର ପିଛା ୬୦ ଟଙ୍କା ସହ ବସ ପିଛା ୧୦୦ ରୁ ୫୦୦ ଟଙ୍କା ଆଦାୟ କରା ଯାଉଛି।ଏହା ସହ ପାର୍କିଂ ଗାଡି ମାଲିକ ମାନେ ନିଜ ସୁରକ୍ଷା ରେ ନିଜ ଗାଡି ମୋଟର ପାର୍କିଂ କରିବାକୁ ମଧ୍ୟ ରସିଦ ରେ ଉଲ୍ଲେଖ କରା ଯାଇଛି। ଯାହାକୁ ନେଇ ପର୍ଯ୍ୟଟକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଏହା ସହ ମହୋତ୍ସବ ସମୟରେ ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ପସରା ପଡ଼ିଥାଏ। ପ୍ରତିବର୍ଷ ଦୋକାନୀ ମାନେ ହାତ ପିଛା ସ୍ଥାନ ନିମନ୍ତେ ୧୦୦ ଟଙ୍କା ଫିସ ଏନ ଏ ସି ପାଖରୁ ଆଦାୟ କରାଯାଉଥିବା ବେଳେ ଚଳିତବର୍ଷ ଏହାକୁ ୫୦୦ ଟଙ୍କା କୁ ବୃଦ୍ଧି କରା ଯାଇଛି। ଯାହାଫଳରେ ଛୋଟ ବ୍ୟବସାୟୀ ମାନେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଆନ୍ଧ୍ର ଅଞ୍ଚଳରୁ ଆସିଥିବା ସିମାନ୍ଚଳମ ଅଭିଯୋଗ କରିଛନ୍ତି।ଏହା ସହ ବେଳାଭୂମି ରେ ପୂର୍ବରୁ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ମାନଙ୍କ ଠାରୁ ମଧ୍ୟ ଜୋର ଜବରଦସ୍ତ ୧ ହଜାର ରୁ ୫ ଟଙ୍କା ଲେଖାଏଁ ଆଦାୟ କରା ଯାଉଥିବା ଅଭିଯୋଗ ହୋଇଛି। ଅନ୍ୟ ପଟେ ଟ୍ୟାକ୍ସ ଆଦାୟ ଅର୍ଥ ରେ ମଧ୍ୟ ନିୟୋଜିତ ରହିଥିବା କର୍ମଚାରୀ ମାନେ ହେରଫେର କରୁଥିବା ସହ ବ୍ୟବସାୟୀଙ୍କୁ ସଠିକ ରସିଦ ଦେଉନଥିବା ଅଭିଯୋଗ ହୋଇଛି।ଏହା ସହ ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ଅନେକ ଗୁଡ଼ିଏ ଭ୍ରାମ୍ୟମାଣ ଶୌଚାଳୟ ର ବ୍ୟବସ୍ଥା କରା ଯାଇଥିବା ବେଳେ ଅନେକ ରେ ପାଣି ସରିଗଲେ ଆଉ ଭର୍ତ୍ତି କରା ଯାଉନଥିବାରୁ ପର୍ଯ୍ୟଟକ ମାନେ ବାଧ୍ୟ ହୋଇ ବାହାରେ ଶୌଚ କରିବା ଦେଖିବାକୁ ମିଳିଛି।ଏହା ସହ ଏନ ଏ ସି ର‌ ବିଭିନ୍ନ ସ୍ଥାନ ରେ ୪ ଗୋଟି ଶୌଚାଳୟ ରହିଥିବା ବେଳେ ଦିବ୍ୟାଙ୍ଗ ଙ୍କ ନିମନ୍ତେ ଗତ ୨ ବର୍ଷ ତଳୁ ନିର୍ମାଣ ହୋଇଥିବା ଶୌଚାଳୟ ରେ ପାଣିର ବ୍ୟବସ୍ଥା ନଥିବାରୁ ଏହାକୁ କାର୍ଯ୍ୟକ୍ଷମ କରା ଯାଇ ପାରିନଥିବା ବେଳେ ଅନ୍ୟ ୩ ଟି ଶୌଚାଳୟ ରେ ପର୍ଯ୍ୟାୟ ପାଣିର ବ୍ୟବସ୍ଥା ନଥିବା ଏବଂ ମୁଖ୍ୟ ବେଳାଭୂମି ରେ ଥିବା ହାଇଜିନିକ ଶୌଚାଳୟ ବ୍ୟବହାର କାରୀ ଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ ମଧ୍ୟ କରାଯାଇଥିବା ଅଭିଯୋଗ ହେଉଛି, ସୂଚନା ଯୋଗ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ମାନଙ୍କ ରେ ଥିବା ଶୌଚାଳୟ ଗୁଡ଼ିକୁ ଦେୟମୁକ୍ତ କରିବାକୁ ଘୋଷଣା ସତ୍ତ୍ୱେ ଏନ ଏ ସି ପକ୍ଷରୁ ଏଠାରେ ଉଲ୍ଲଂଘନ କରା ଯାଇ ଫିସ ଆଦାୟ କରା ଯାଉଛି। ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡ ସମେତ ମହୋତ୍ସବ ପଡିଆ ଅଞ୍ଚଳରେ ଉଜ୍ବଳ ଆଲୋକ ବ୍ୟବସ୍ଥା ହୋଇଥିବା ବେଳେ ମୁଖ୍ୟ ବେଳାଭୂମି ପରିସରକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଘଟଣା ନେଇ ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ପାର୍କିଂ ଟେଣ୍ଡର, ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ ଆଦି ନେଇ କାଉନସିଲ ବୈଠକରେ କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ। କାର୍ଯ୍ୟନିର୍ବାହୀ ଅଧିକାରୀ ଓ କିଛି କର୍ମଚାରୀ ମିଶି ମନ ଇଚ୍ଛା ଏପରି ନିଷ୍ପତ୍ତି ନେଇଛନ୍ତି।ଯାହା ହେବା କଥା ନୁହେଁ।ଏହା ସହ ମହୋତ୍ସବ ସମୟରେ ବ୍ୟବସାୟ କରୁଥିବା ବାହର ବ୍ୟବସାୟ ସମେତ ଗୋପାଳପୁର ର ବ୍ୟବସାୟୀ ମାନଙ୍କ ଠାରୁ ଏନ ଏ ସି ପକ୍ଷରୁ ଟିକସ ଆଦାୟ କରା ଯାଉଛି, ଯାହା ଠିକ ନୁହେଁ। ବହୁ ଗରିବ ବ୍ୟବସାୟୀ ମହୋତ୍ସବ ସମୟରେ ଏଠାକୁ ଜିନିଷ ବିକ୍ରୟ କରିବାକୁ ଆସିଥାନ୍ତି ସେମାନଙ୍କ ଠାରୁ ଟିକସ ଆଦାୟ କରିବା ଉଚିତ ନୁହେଁ ବୋଲି ମଧ୍ୟ ମତପୋଷଣ କରିଛନ୍ତି। ଏଥି ସହ ଟ୍ରାଫିକ ଦାୟିତ୍ଵ ରେ ରହିଥିବା ପୁଲିସ ପକ୍ଷରୁ ଗୋପାଳପୁର ବାସିନ୍ଦା ଙ୍କୁ ନିଜ ଘରକୁ ଯିବାକୁ ଗାଡି ମୋଟର ଧରି ଛାଡ଼ୁ ନଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।