Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ।

କୋକସରା:୨୯/୦୧
କୋକସରା ବ୍ଲକ ଫୁଫଗା ପଞ୍ଚାୟତ ଫୁଫଗା ଠାରେ ପାହାଡେଶ୍ୱର ମହାଦେବ ମନ୍ଦିର ରେ ରତ୍ନମୁଦ ଉତ୍ସଵ ରବିବାର ଅନୁଷ୍ଠିତ ହୋଇଥିବା ବେଳେ ଭାବ ଭକ୍ତିମୟ ପରିବେଶ ମଧ୍ୟରେ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗଦାନ କରି ରତ୍ନମୁଦ ଉତ୍ସବ ରେ ସାମିଲ ହୋଇଥିଲେ। ମନ୍ଦିର ପରିସରରେ ଅନୁଷ୍ଠିତ ରତ୍ନମୁଦ ପୂଜାର୍ଚ୍ଚନା ରେ ପୂଜାକର୍ତ୍ତା ଭାବେ ଶ୍ରୀ ରାଜୀବ ଅଗ୍ରୱାଲ ପତ୍ନୀ ରିତା ଅଗ୍ରୱାଲ ସମସ୍ତ ପୂଜାବିଧି ସମ୍ପନ୍ନ କରିଥିଲେ। ଏହି ଅବସର ନାମ ସଂକୀର୍ତ୍ତନ, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁ ମାନେ ରତ୍ନମୁଦ ପାଇଁ ବିଭିନ୍ନ ପ୍ରକାର ଶଷ୍ୟ,ସୁନା,ରୁପା,ଧାତୁ, ମୁଦ୍ରା ଅର୍ପଣ କରିଥିଲେ। ଅତିଥୀ ଭାବେ ସଞ୍ଜୟ ସିଙ୍ଘଲ,ଅରୁଣ ଅଗ୍ରୱାଲ, ସନ୍ତୋଷ ଦାସ, ରବି ନାରାୟଣ ଦାସ ଉପସ୍ଥିତ ଥିଲେ।ରତ୍ନମୁଦ ଉତ୍ସଵ କମିଟି ପକ୍ଷରୁ ଲକ୍ଷ୍ମଣ ପଟେଲ, ଜୟରାମ ପୁଝାରି, କାଶୀନାଥ ପୁଝାରି,ଭୁବନେଶ୍ୱର ପଟେଲ, ନିଳାମ୍ବର ବାରିକ,ପ୍ରଦୀପ ପଟେଲ, ପ୍ରଭୁଲାଲ ପଟେଲ ଓ ଖଗେଶ୍ବର ପୁଝାରୀ, ଶରତ ପୁଝାରୀ,ବିଷ୍ଣୁ ନାଏକ ସମେତ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories