Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧିମାନ ଚକମା, ଆଇଏଏସ ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ।

କୋକସରା:୨୯/୦୧
ଧର୍ମଗଡ ର ନୂତନ ଉପଜିଲ୍ଲାପାଳ ଭାବେ ଧିମାନ ଚକମା, ଆଇଏଏସ ଆଜି ଯୋଗ ଦେଇଛନ୍ତି। ଉପ ଜିଲ୍ଲାପାଳ ଦାୟିତ୍ୱରେ ଥିବା ବିରଞ୍ଚି ନାରାୟଣ ଦରୱାନ ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦାୟୀତ୍ଵ ହସ୍ତାନ୍ତର କରିଥଲେ। ସହ ଜିଲ୍ଲାପାଳ ଅଜିତ କୁମାର ଶବର, ଧରଣୀ ଧର ବେହେରା, ଚିତ୍ତ ରଞ୍ଜନ ମଲ୍ଲିକ, ଅଜୟ ପ୍ରକାଶ ତିର୍କୀ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।ଧର୍ମଗଡ ଚେମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର ସାହୁ,ସଂପାଦକ ଅରୁଣ ତାୟଲ, ଉପ ସଭାପତି ଯଶୋବନ୍ତ ମେହେର, କୋଷାଧ୍ୟକ୍ଷ ସରୋଜ ସାହୁ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ହରେଶ କୁମାର ଅଗ୍ରୱାଲ,ଜଗନ୍ନାଥ ପୃଷ୍ଟି ,ପ୍ରବୀଣ ଅଗ୍ରୱାଲ ପ୍ରମୁଖ ନୂତନ ଉପ ଜିଲ୍ଲାପାଳ ଧୀମାନ ଚକମା ଙ୍କୁ ଭେଟି ସ୍ୱାଗତ ସମ୍ବର୍ଧନା ଦେଇ ଧର୍ମଗଡ ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ସହଯୋଗ କାମନା କରିଥଲେ।ଏହି ଅବସରରେ ଆୟୋଜିତ ଏକ ପ୍ରେସମିଟ ରେ ସାମ୍ୱାଦିକ ମାନଙ୍କ ପ୍ରଶ୍ନ ର ଉତ୍ତରରେ ଧର୍ମଗଡ ଉପଖଣ୍ଡରେ ମଣ୍ଡି ବ୍ୟବସ୍ଥା, ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ପ୍ରସଙ୍ଗ କୁ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଥିଲେ। ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା, ଲକ୍ଷଜ୍ୟୋତି ଜାଲ, ବାଳକୃଷ୍ଣ ନାଏକ, ଉମେଶ ଦୂରିଆ, ଚନ୍ଦ୍ର ଲହଜଲ, ଆକାଶ ଜଗତ ସମେତ ପ୍ରିଣ୍ଟ ଓ ମିଡ଼ିଆ ର ବହୁ ପ୍ରତିନିଧି ଉପସ୍ଥିତ ଥିଲେ।
ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ