ବିବାହ ପାଇଁ ଜିଦ୍ ଧରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ।


ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନଗର ର ପଡ଼ା ଗ୍ରାମ ବାଲିଡିଆ ଗ୍ରାମରେ ଘଟିଛି ଏକ ଅଘଟଣ । ପ୍ରେମିକ ବିବାହର ପ୍ରତିଶ୍ରୁତି ଦେଇ,ପ୍ରେମିକା କୁ ବିବାହ ନ କରିବାରୁ , ପ୍ରେମିକା, ପ୍ରେମିକ ଦୁଆର ମୁଁହରେ ଧାରଣାରେ ବସିବା ସହ,ଅସ୍ତରଙ୍ଗ ଥାନାର ଆଶ୍ରୟ ମଧ୍ୟ ନେଇଥିବା ଜଣା ପଡ଼ିଛି ।
ଘଟଣାରୁ ପ୍ରକାଶ ଯେ, ଆଳାଶାହି ଗ୍ରାମର ପ୍ରଦୀପ ବେହେରା ଙ୍କ ଝିଅ କୋଇଲି(,୨୯) ନିକଟ କାଳୀଆକଣ ଗ୍ରାମର ନବଘନ ଦଳାଇ ଙ୍କ ପୁତ୍ର,ପ୍ରଦେଶ ଦଳାଇ( ୩୪)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦୀର୍ଘ ଚାରିବର୍ଷ ଧରି ଗଢି ଉଠିଥିଲା । ପ୍ରଦେଶ, କୋଇଲିର ସରଳତାର ସୁଯୋଗ ନେଇ ତାକୁ ବିବାହର ପ୍ରତିଶ୍ରୁତି ଦେଇ,ଭୁବନେଶ୍ୱର,ବ୍ରହ୍ମପୁର,ଠାରେ ବସାଘର କରି ରଖି,ତାର ସଙ୍ଗେ ଦୈହିକ ସମ୍ପର୍କ ସ୍ଥାପନ କରି ଗର୍ଭବତୀ କରାଇଥିଲା । ହେଲେ,ଏହିକଥା ଜଣା ପଡ଼ିବା ପରେ ପ୍ରଦେଶ,କୋଇଲିକୁ ଯୋର୍ ଜବରଦସ୍ତ ଔଷଧ ଦେଇ ଗର୍ଭ ନଷ୍ଟ କରିବା ପରେ,ବ୍ରହ୍ମପୁର ବସା ଘରଠାରୁ ତାର ନିଜ ଘର କୁ ପଠାଇ ଦେଇ ଥିଲେ । କୋଇଲି ନିଜ ଘରେ ରହି,ତାର ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରିବାର କିଛିଦିନ ପରେ,ପ୍ରଦେଶ ଉତ୍ତର ଦେଇଥିଲା ଯେ,ମୁଁ ତୋତେ ଆଉ ବିବାହ କରିପାରିବି ନାହିଁ। ମୁଁ ତ ଚାକିରି କରି ସାରିଲାଣି । ତୋ ଠାରୁ ମୋତେ ଭଲ ଝିଅ ମିଳିବେ । ତୁ ସେଥିରୁ ନିବୃତ ରହ । ଏହି କଥା ଶୁଣିଲା ପରେ,କୋଇଲି ନିରୁପାୟ ହୋଇ ,ରବିବାର ଦିନ ସକାଳ ସାତ ଘଟିକା ସମୟରେ ପ୍ରେମିକ, ପ୍ରଦେଶ ଘର ନିକଟରେ ପହଞ୍ଚି ଏହି ସବୁ ଘଟଣା କହିଲା ପରେ,ଘର ର କୌଣସି ସଦସ୍ୟ ନ ଶୁଣିବାରୁ,ବାଧ୍ୟ ହୋଇ ପ୍ରେମିକ ଘର ଆଗରେ ଧାରଣା ରେ ବସିଲା । ହେଲେ,ପ୍ରଦେଶ ଓ ତାର ପରିବାର ର ଲୋକ ମାନେ,କୋଇଲି ଧାରଣାରେ ବସିବା ଦେଖି, ତାକୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିବା ସହ,ତାର ମୋବାଇଲରେ ଥିବା ପ୍ରମାଣ ନଷ୍ଟ କରିଦେଇଥିବା ଅସ୍ତରଙ୍ଗ ଥାନାରେ ଶୋହଳ ଜଣକ ନାମରେ ଲିଖିତ ଅଭିଯୋଗ କରିଛନ୍ତି କୋଇଲି । ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀ ପଞ୍ଚାନନ ପରିଡ଼ା,ଘଟଣା ସ୍ଥଳରେ ପହଞ୍ଚି ,ତଦନ୍ତ ଜାରି ରଖିଛନ୍ତି ।