ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୁଆଁ-ଓ, ଭଞ୍ଜ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ


ବେଲଗୁଣ୍ଠା,29/01,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୂର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ – ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆନୁକୁଲ୍ୟରେ ” ଭଞ୍ଜ ସାହିତ୍ୟରେ ଓଡ଼ିଆ ସଂସ୍କୃତି ” ଶୀର୍ଷକ ଆଲୋଚନା ଚକ୍ର ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ” ନୂଆ – ଓ” ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ। ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ନୋଡାଲ ଅଧିକାରୀ ତ୍ରିନାଥ ବେହେରା ସ୍ବାଗତ ଭାଷଣ ଦେବା ସହ ଅତିଥିଙ୍କ ସମ୍ବର୍ଦ୍ଧନା ଓ ମାନପତ୍ର ପଠନ କାର୍ଯ୍ୟ ସମ୍ପାଦନା କରିଥିଲେ । ମୁଖ୍ୟ ଅତିଥି ତଥା ଆଲୋଚନା ଚକ୍ରର ସାଧନ ବ୍ୟକ୍ତି ଡ. ପ୍ରଦୀପ କୁମାର ପଟ୍ଟନାୟକ ଆଲୋଚନା ଚକ୍ରର ଶୁଭାରମ୍ଭ କରିବା ସହ ” ଭଞ୍ଜ ସାହିତ୍ୟରେ ଓଡ଼ିଆ ସଂସ୍କୃତି” ଶୀର୍ଷକ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିଙ୍କୁ ଅଧ୍ୟକ୍ଷ ଅଙ୍ଗବସ୍ତ୍ର , ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବୃନ୍ଦ ଯଥାକ୍ରମେ ରୁନିବାଳ। ତ୍ରିପାଠୀ , ଦିପୁ ଭୂୟାଁ, ପି ଦୀପକ ରାଓ, ପିଙ୍କି ପୋଲେଇ, ସୌମେନ୍ଦୁ ପଣ୍ଡା , ପ୍ରଦୀପ ଦିଗାଲ , ବିଭୂତି ଗୌଡ଼ , ଗଙ୍ଗାଧର ରଣା, ଗାଙ୍ଗୁଲି ପାଲଟାସିଂ,ଜୟଶ୍ରୀ ସେଠୀ, ଭାରତୀ ବିଶ୍ଵାଳ, ସ୍ୱରୂପା ରାଣୀ ବିଶ୍ଵାଳ, ଶୁଶାନ୍ତ କୁମାର ଲେଙ୍କା, ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ମହେଶ୍ୱର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।