ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ।

କୋକସରା:୩୦/୦୧
ଆତ୍ମ ସୁରକ୍ଷା ପାଇଁ ଛାତ୍ରୀ ଙ୍କୁ ମହାବିଦ୍ୟାଳୟ ସ୍ତରରେ ପ୍ରଶିକ୍ଷଣ ଶିବିର ଦିଆ ଯାଉଥିବା ବେଳେ କୋକସରା ବ୍ଲକ ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି। ଅଧ୍ୟାପିକା କଲ୍ୟାଣି ମହାନ୍ତି ଙ୍କ।ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଆଠ ଦିବାସୀୟ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିକା ପ୍ରିୟ ଦର୍ଶନୀ ବେହେରା ଛାତ୍ରୀ ଙ୍କୁ ଆତ୍ମ ସୁରକ୍ଷା ର ବିଭିନ୍ନ କଲା କୌଶଳ ଉପରେ ପ୍ରଶିକ୍ଷଣ ଦେଇଥିଲେ।ଉଦଯାପନି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ଯୋଗଦେଇ ଛାତ୍ରୀ ଙ୍କୁ ଆତ୍ମ ସୁରକ୍ଷା ଆଜିର ସମାଜରେ ନିହାତି ଦରକାର ବୋଳି କହିବା ସହ ଶିବିର ରେ ଭାଗ ନେଇଥିବା ଛାତ୍ରୀ ଓ।ପ୍ରଶିକ୍ଷିକା ଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ କୁ ଅଧ୍ୟାପକ ସଞ୍ଚୟ କୁମାର ପୁରୋହିତ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଗୀତାଞ୍ଜଳି ରାଉତ, ଅଙ୍କିତା ଖୁରା, ଖେଳ ଲୋକଙ୍କ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, ଭାରତ ଭୂଷଣ ଠାକୁର, ପ୍ରଶାନ୍ତ ଯୋଶୀ, ବିଭୁଞ୍ଜନ ସାହୁ,ଭାନୁମତି ମାଝୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିବା ବେଳେ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ।