ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ କଲସ ଯାତ୍ରା ଅନୁଷ୍ଠିତ।

କୋକସରା:୩୦/୦୧
କୋକସରା ବ୍ଲକ ମୋଟେର ଗ୍ରାମ ରେ ମଙ୍ଗଳବାର ଦିନ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଲସ ଯାତ୍ରା ମହା ଆଡମ୍ବରରେ ଭାବ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । କଳସ ଯାତ୍ରା ରେ ଶତାଧିକ ଶ୍ରଦ୍ଧାଳୁ ମାନେ ସାମିଲ ହୋଇ ନଗର ସଂକୀର୍ତ୍ତନ, ବଜରଙ୍ଗବଲି ଘଣ୍ଟୁଆ ଦଳ ର ଭବ୍ୟ ପଟୁଆରରେ ଯଜ୍ଞକର୍ତ୍ତା ସପତ୍ନୀକ ଦୁଷ୍ମନ୍ତ ପାଟଯୋଶୀ ଓ ଜ୍ୟୋତ୍ସ୍ନା ମଞ୍ଜରୀ ପାଟଯୋଶୀ ଙ୍କୁ ବରଣ କରି ଶତାଧିକ ମହିଳା କଳସ ଯାତ୍ରା ରେ ସାମିଲ ହୋଇ ନଗର ପରିକ୍ରମା କରି ପୁଣ୍ୟ ପୁଷ୍କରିଣୀ ରୁ ମନ୍ତ୍ର ଉଚ୍ଚାରିତ ପବିତ୍ର ଜଳ ଧାରଣ କରି ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ। ଯଜ୍ଞ ପୁଜକ ଭାବେ ଗୋପାଳ କୃଷ୍ଣ ଠାକୁର ସମସ୍ତ ପୂଜାବିଧି କରିଥିଲେ। ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପୂଜା କମିଟିର ଇଶାନ ପାଟଯୋଶୀ, ସୌମ୍ୟ ସରାଫ, ସଞ୍ଚୟ ସରାଫ, ଦାଶରଥି ସରାଫ, ଜ୍ୟୋତି ସରାଫ, ରଞ୍ଜନ ସରାଫ, ସାରଥି ଶବର, ଧନେଶ୍ୱର ଶବର ଓ ମୋଟେର ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।